ପ୍ରତିଦିନ ଘର କାମ କରନ୍ତୁ ! ଶରୀରକୁ ସୁସ୍ଥ ରଖନ୍ତୁ

42

ଜିମ୍‌ ଯିବା କଥା ଛାଡ଼ନ୍ତୁ ।  ଲୁଗାପଟା ସଫା କରିବା, ଘରକୋଠା ପୋଛିବା, ବାରିବଗିଚାରୁ ବାଳୁଙ୍ଗା ଉପାଡ଼ିବା ଭଳି କାମ ଦୈନିକ ୩୦ ମିନିଟ୍‌ କଲେ ଶରୀର ନିରୋଗ ରହିବ । ଏହାଦ୍ୱାରା ଅକାଳ ମୃତ୍ୟୁ ଆଶଙ୍କା କମିଯିବା ସହ ଶତକଡ଼ା ୨୦ ଭାଗ ହୃଦ୍‌ରୋଗ ଆଶଙ୍କା ଦୂରୀଭୂତ ହୋଇଥାଏ ବୋଲି ଏକ ଅଧ୍ୟୟନ ପ୍ରକାଶ ପାଇଛି ।

ଭାରତର ୪ଟି ରାଜ୍ୟ ସମେତ ୧୭ଟି ଦେଶର ୧୩୦, ୦୦୦ ଲୋକଙ୍କ ଉପରେ ଏକ ଅଧ୍ୟୟନ ହୋଇଥିଲା । ହୃଦକ୍ରିୟା ବଢ଼ାଇବା ନିମନ୍ତେ ସାମ୍ପ୍ରତିକ ଗାଇଡ୍‌ଲାଇନ୍‌ ଅନୁସାରେ ନିର୍ଦ୍ଧାରିତ ସପ୍ତାହକୁ ୧୫୦ ମିନିଟ୍‌ ପାଇଁ ସ୍ୱାସ୍ଥ୍ୟପକ୍ଷେ ଉତ୍ତମ ବୋଲି ବିବେଚନା କରାଯାଉଥିବା ଯେ କୌଣସି କାର୍ଯ୍ୟ ବିଜ୍ଞାନୀମାନେ ଏହି ଲୋକମାନଙ୍କ ଦ୍ୱରା କରାଇଥିଲେ ।

  • ବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି ଯେ ଭାରତ ଭଳି ସ୍ୱଳ୍ପ ଆୟକାରୀ ଦେଶର ଲୋକେ ଚାଲିବା ଏବଂ ଦୈନନ୍ଦିନ ଘରର ଛୋଟମୋଟ କାମ କରିବା ଦ୍ୱାରା ଜିମ୍‌ ଯିବାର ଫଳ ମିଳିଥାଏ ।
  • ଘରର ବିଭିନ୍ନ କାମ କରିବା ଦ୍ୱାରା ହେଉଥିବା ଶାରୀରିକ ପରିଶ୍ରମ ଯୋଗୁଁ ଅକାଳ ମୃତ୍ୟୁ ସୀମା ଶତକଡ଼ା ୨୮ ଭାଗ ହ୍ରାସ ପାଇଥାଏ ଏବଂ ହୃଦ୍‌ରୋଗ ଆଶଙ୍କା ୨୦% ଦୂରେଇ ଯାଇଥାଏ ।
  • ଭାରତରେ ଲୋକମାନଙ୍କୁ ଅଧ୍ୟୟନ କରୁଥିବା ଜଣେ ଡାକ୍ତର କହନ୍ତି, ଆମ ଜନସଂଖ୍ୟା ମଧ୍ୟରୁ ଅନ୍ୟୂନ ଅର୍ଦ୍ଧାଧିକ କର୍ମଚଞ୍ଚଳନ ନୁହନ୍ତି । ତେଣୁ ନିଷ୍କ୍ରିୟ ଲୋକଙ୍କୁ ଚାଲିବା, ଶିଡ଼ି ଚଢ଼ିବା ଏବଂ ଘରର ଛୋଟବଡ଼ କାମ କରିବାକୁ ସେ ଉପଦେଶ ଦେଇଛନ୍ତି ।