କଟକ ବଡ ମେଡିକାଲରୁ ପିଲା ଚୋରି ଘଟଣା : ଉଦ୍ଧାର ଦୁଇ ଶିଶୁ ଓ ଦୁଇ ଦମ୍ପତିଙ୍କର ହେବ ଡିଏନଏ ଟେଷ୍ଟ

30

କନକ ବ୍ୟୁରୋ : କଟକ ବଡ ମେଡିକାଲରୁ ନବଜାତ ଶିଶୁ ଚୋରି ଘଟଣା । ବାରଙ୍ଗରୁ ଉଦ୍ଧାର ଦୁଇ ଶିଶୁଙ୍କ ଡିଏନଏ ଟେଷ୍ଟ କରାଯିବ । ଏହାସହ ଦୁଇ ଦମ୍ପତିଙ୍କର ମଧ୍ୟ  ଡିଏନଏ ଟେଷ୍ଟ କରାଯିବ । ଡିଏନଏ ଟେଷ୍ଟ ପାଇଁ ଏସସିବି କର୍ତ୍ତୃପକ୍ଷଙ୍କୁ କହିଛି କମିସନରେଟ ପୁଲିସ । ମଙ୍ଗଳାବାଗ ଥାନା ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ନେଇ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ।

ତେବେ ଶିଶୁ ଓ ଦମ୍ପତିଙ୍କ ଡିଏନଏ ଟେଷ୍ଟ ପରେ ଶିଶୁଙ୍କ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ଗତ କିଛି ଦିନ ତଳେ ଏକ ନବଜାତ ଶିଶୁକୁ ଜଣେ ମହିଳା ଆଶାକର୍ମୀ ପରିଚୟ ଦେଇ ପୋଲିଓ ଦେବାକୁ ନେଇ ଫେରରା ହୋଇଯାଇଥିଲେ । ଏନେଇ ମଙ୍ଗଳାବାଗ ଥାନାରେ ଏତଲା ହେବା ପରେ କମିସନରେଟ ପୁଲିସ ଖୋଳତାଡ କରି ୨ ଶିଶୁଙ୍କୁ ବାରଙ୍ଗ ଅଂଚଳରୁ  ଉଦ୍ଧାର କରିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –