କନକ ବ୍ୟୁରୋ : ରାଜ୍ୟରେ ଖୁବଶୀଘ୍ର ଖୋଲିବ ମନ୍ଦିର । ମନ୍ଦିର ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି । କୋଭିଡ ନିୟମ ନେଇ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ମନ୍ଦିର ଖୋଲିବା ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନର ଅନୁସରଣ କରାଯିବ, ଯଦ୍ୱାରା ମନ୍ଦିର ଯୋଗୁଁ ସଂକ୍ରମଣ ବଢ଼ିବ ନାହିଁ ।
ସେପଟେ କରୋନା ପାଇଁ ଧର୍ମାନୁଷ୍ଠାନଗୁଡିକ ବନ୍ଦ ଥିବାବେଳେ ଆଜି ହାଇକୋର୍ଟ ଏ ନେଇ ନିଷ୍ପତି ନେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ । ଆଜି ହାଇକୋର୍ଟରେ ରାଜ୍ୟର ଧର୍ମାନୁଷ୍ଠାନ ଖୋଲିବା ନେଇ ହେଉଥିବା ଦୁଇଟି ମାମଲା ଉପରେ ହାଇକୋର୍ଟ ଶୁଣୀଣି କରିଥିଲେ । ୩୦ଜୁଲାଇରେ ଦେଓଗଡ ବୈଦ୍ୟନାଥ ମନ୍ଦିର ଖୋଲିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମା ଉପରେ ରାଜ୍ୟ ସରକାର ନଜର ଦେଇ ରାଜ୍ୟରେ କିଭଳି ଧର୍ମାନୁଷ୍ଠାନ ଖୋଲାଯାଇପାରିବ ସେ ଉପରେ ନିଷ୍ପତି ନେବାକୁ ହାଇକୋର୍ଟ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/16-10.jpg)