ଭୋଜନର ତୁରନ୍ତ ପରେ ପିଅନ୍ତୁ ନାହିଁ ପାଣି ! ଜାଣନ୍ତୁ ଏହାର କାରଣ

32

କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ,ଜଳ ବିହୁନେ ସୃଷ୍ଟି ନାଶ । ଜୀବନରେ ଉଭୟ ଖାଦ୍ୟ ଏବଂ ପାଣିର ପ୍ରମୁଖ ଭୂମିକା ରହିଛି । ଗୋଟିଏ ଅନ୍ୟଟିର ପରିପୂରକ । ଗୋଟିଏକୁ ଛାଡ଼ି ଅନ୍ୟଟିର ସ୍ଥିତି ଅସମ୍ଭବ । ଆମ ଶରୀର ୭୦ ପ୍ରତିଶତ ଜଳରେ ତିଆରି । ତେବେ ଶୀତଦିନେ ଅଧିକାଂଶ ଲୋକ ଖୁବ କମ ପାଣି ପିଅନ୍ତି । କିନ୍ତୁ ଗରମ ଦିନ ହେଉ କିମ୍ବା ଶୀତଦିନ ସର୍ବଦା ଆବଶ୍ୟକ ମୁତାବକ ପାଣି ପିଇବା ଉଚିତ । ନଚେତ ଶରୀରରେ ବିଭିନ୍ନ ଅସୁବିଧା ଦେଖାଯାଏ । ସେଥିପାଇଁ ଦିନକୁ ୩ରୁ ୪ ଲିଟର ପାଣି ପିଇବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦିଅନ୍ତିି । ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥାଏ ।

– ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଶରୀରକୁ କ୍ଷତି ପହଂଚିଥାଏ । ଏହା ସହିତ ବିଭିନ୍ନ ରୋଗବ୍ୟାଧି ମଧ୍ୟ ହୋଇଥାଏ । ତେବେ ସବୁବେଳେ ସୁସ୍ଥ ରହିବା ପାଇଁ କେଉଁ ସମୟରେ ଜଳ ପାନ କରିବା ଉଚିତ ଆସନ୍ତୁ ଜାଣିବା ।

– ଅଧିକାଂଶ ବ୍ୟକ୍ତି ଖାଦ୍ୟ ଖାଇବା ପରେ ତୁରନ୍ତ ଜଳ ପାନ କରିଥାନ୍ତି । କାରଣ ଏଭଳି କରିବା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୋଇପାରେ ନାହିଁ ଏବଂ ପେଟରେ ସମସ୍ୟା ଦେଖାଯାଏ । ଏହା ସହିତ ଶରୀରକୁ ଠିକ ମାତ୍ରାରେ ପୋଷକ ତତ୍ତ୍ୱ ମିଳିପାରେ ନାହିଁ ।

– ଖାଦ୍ୟ ଖାଇବାର ୩୦ ମିନିଟ ପରେ ଜଳ ପିଇବା ଉଚିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଛିଡ଼ା ହୋଇ ଜଳପାନ କରିବା ଅନୁଚିତ । କାରଣ ଛିଡ଼ା ହୋଇ ଜଳପାନ କରିବା ଦ୍ୱାରା ଏହା ଫୁସଫୁସ ଏବଂ ଆଣ୍ଠୁକୁ ଚାଲିଯାଏ । ଯାହାଦ୍ୱାରା ପେଟ ଏବଂ ଆଣ୍ଠୁ ଗଣ୍ଠିରେ ବିଭିନ୍ନ ସମସ୍ୟା ଦେଖାଯାଏ । ତେବେ ଏ ସବୁ ପ୍ରତି ଧ୍ୟାନ ରଖିଲେ ଏକ ସୁସ୍ଥ ଜୀବନ ତିଆରି ହୋଇପାରିବ ।