ଉଠାଦୋକାନୀ କିମ୍ବା ଭୋଜନାଳୟ ଆଦି ସ୍ଥାନରୁ ଟଙ୍କା ଫେରସ୍ତ ସମୟରେ ସାବଧାନ ! ଅପରିଷ୍କାର ଟଙ୍କା ଆଣି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଆପଣ

Advertisment
ଉଠାଦୋକାନୀ କିମ୍ବା ଭୋଜନାଳୟ ଆଦି ସ୍ଥାନରୁ ଟଙ୍କା ଫେରସ୍ତ ସମୟରେ ସାବଧାନ ! ଅପରିଷ୍କାର ଟଙ୍କା ଆଣି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଆପଣ

image courtesy-https://www.huffingtonpost.in

ଅପରିଷ୍କାର ଟଙ୍କାପଇସା ଯୋଗୁଁ ମାରାତ୍ମକ ରୋଗ ବ୍ୟାପିବାର କାରଣ ବୋଲି ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ କହିଛି । ଏଥିପାଇଁ ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ସମସ୍ତ ରାଜ୍ୟର ଖାଦ୍ୟ କମିସନର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛି । ଟଙ୍କାପଇସା ଧରାଧରି କରୁଥିବା ହାତରେ ଖାଦ୍ୟ ପରିବେଷଣ ନ କରିବା ପାଇଁ ଜନସାଧାରଣଙ୍କୁ ଜଣାଇ ଦେବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏଥିପାଇଁ ଜନସଚେତନତା ଅଭିଯାନ ମଧ୍ୟ କରାଯାଉ ବୋଲି ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ପରାମର୍ଶ ଦେଇଛି । ଉଠାଦୋକାନୀ ଓ ଭୋଜନାଳୟଗୁଡ଼ିକ ଖାଦ୍ୟ ପରିବେଷଣ କରୁଥିବା ହାତରେ ଅର୍ଥାତ୍‌ ସେହି ଏକା ହାତରେ ଟଙ୍କାପାଇସା କାରବାର କରୁଥିବା କଥା ଦର୍ଶାଇଛି ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ।

publive-image

ଅପରିଷ୍କାର ହାତରେ ଟଙ୍କା ଦେଣନେଣ କରିବା, ଛେପ ଲଗାଇ ନୋଟ୍‌ ଗଣିବା, ଅସ୍ୱାସ୍ଥ୍ୟକର ପରିବେଶରେ ଟଙ୍କା ପଇସା ରଖିବା ଯୋଗୁଁ ମାରାତ୍ମକ ଅଣୁଜୀବ ଟଙ୍କାପଇସାକୁ ସଂକ୍ରମିତ କରୁଛନ୍ତି ବୋଲି ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର ନିର୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଖାଦ୍ୟ ବିଷକ୍ରିୟାକରଣ, ଚର୍ମରୋଗ, ଶ୍ୱାସକ୍ରିୟଜନିତ ରୋଗ ଓ ପେଟରେ ଅମ୍ଳରୋଗର ଶିକାର ହେଉଛି ମଣିଷ । ପିଲାଏ, ଅନ୍ତଃସତ୍ତ୍ୱା ନାରୀ, ବୟୋଜ୍ୟେଷ୍ଠ ଲୋକେ ତଥା ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକେ ଏଥିରେ ସହଜରେ ସଂକ୍ରମିତ ହୋଇଯାଉଛନ୍ତି । ବିଶେଷକରି ଚଟ୍‌ପଟା ଆହାର ବିକ୍ରୟ କରୁଥିବା ବୁଲା ବିକାଳିମାନେ ସମାନ ହାତରେ ଟଙ୍କାପଇସା ନେଇ ଖାଇବା ବାଢ଼ି ଦିଅନ୍ତି ।

ଟଙ୍କା ପଇସା ଭିନ୍ନ ଭିନ୍ନ ଲୋକଙ୍କ ହାତ ଦେଇ କାରବାର ହେଉଥିବାରୁ ଏଥିରେ ଅଣୁଜୀବ ସଂକ୍ରମଣ ଅଧିକମାତ୍ରାରେ ହୋଇଥାଏ ।  ଏ କଥା ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ଦୀର୍ଘ ଦିନରୁ ଜାଣି ସାରିଥିଲେ ସୁଦ୍ଧା କାହାକୁ ଦଣ୍ଡିତ କରି ପାରୁ ନାହାନ୍ତି । ଏବେ ଏହାକୁ ଦମନ କରିବା ପାଇଁ ଏକ ବଳିଷ୍ଠ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସମସ୍ତ ରାଜ୍ୟର ଖାଦ୍ୟ କମିସନର୍‌ମାନଙ୍କୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe