କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଇଭାଙ୍କା ଟ୍ରମ୍ପଙ୍କ ଫନି ମିମ୍ସ । ଦୁଇ ଦିନିଆ ଗସ୍ତ ଶେଷ କରି ଟ୍ରମ୍ପ ପରିବାର ଭାରତରୁ ଫେରିଯାଇଛନ୍ତି । ହେଲେ ଇଭାଙ୍କଙ୍କ ଫଟୋକୁ ଫଟୋସପ ଜରିଆରେ ନିଜ ଫଟୋ ସହ ଯୋଡି କିଛି ସୋସିଆଲ ମିଡିଆ ୟୁଜର୍ସ ସେୟାର କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ବଲିଉଡ ଆକ୍ଟର ତଥା ସିଙ୍ଗର ଦିଲଜିତ ଦୋସାଞ୍ଜ ଇଭାଙ୍କାଙ୍କ ଫଟୋସପ କରିଥିବା ଏକ ଫଟୋକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
Thank you for taking me to the spectacular Taj Mahal, @diljitdosanjh! 😉
It was an experience I will never forget! https://t.co/VgqFuYBRIg
— Ivanka Trump (@IvankaTrump) March 1, 2020
ଆଉ ପଂଜାବୀରେ ଲେଖିଛନ୍ତି ଇଭାଙ୍କା ପଛରେ ପଡିଯାଇଥିଲେ, ତାଜମହଲ ଯିବାକୁ ଜିଦ କରିବାରୁ ତାଜମହଲ ବୁଲାଇବାକୁ ନେଇଗଲି । ଏହି ଟ୍ୱିଟର ଉତର ଦେଇ ଇଭାଙ୍କା ଲେଖିଛନ୍ତି, ଦିଲଜିତ ଦୋସାଞ୍ଜ ମୋତେ ତାଜମହଲ ବୁଲାଇ ନେଇଥିବାରୁ ଧନ୍ୟବାଦ । ଏହା ଏପରି ଏକ ଅନୁଭୂତି ଯାହା କେବେ ଜୀବନର ଭୁଲିବି ନାହିଁ । ଏହାଛଡା ଇଭାଙ୍କା ମଧ୍ୟ ଭାରତ ଗସ୍ତ ସମୟର କିଛି ଫଟୋ ସେୟାର କରି ଲେଖିଛନ୍ତି ଭାରତରେ ମୁଁ ବହୁତ ନୂଆ ବନ୍ଧୁ ପାଇଛି ।