ଦିଲୀପ କୁମାରଙ୍କ ପ୍ରଶଂକଙ୍କ ପାଇଁ ଖୁସି ଖବର । ସୂଚନା ଅନୁସାରେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ବୁଧବାର ମୁମ୍ବାଇ ଲୀଲାବତୀ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଦିଲୀପ୍ । କିଡ଼ନୀ ଜନିତ ସମସ୍ୟା ଯୋଗୁଁ ଦିଲୀପଙ୍କ ହେମୋଗ୍ଲୋବିନର ପରିମାଣ କମିଯାଇଥିଲା । ଏହା ପରେ ଲଗାତାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ ବୋଲି ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ଦିଲୀପ କୁମାର ପୂର୍ବପେକ୍ଷା ଭଲ ଅଛନ୍ତି ବୋଲି ଜଣାପଡ଼ିଛି ।
ଏନେଇ ଦିଲୀପ କୁମାରଙ୍କ ପରିବାର ଲୋକ କହିଛନ୍ତି ଡ଼ିହାଇଡ୍ରେସନ ଯୋଗୁଁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ଠିକ ଥିବା କଥା ସେମାନେ ଜଣାଇଛନ୍ତି । କେବଳ ଏତିକି ନୁହେଁ ସେ ଚଉକିରେ ବସି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି । ସେ ଖୁବ ଶୀଘ୍ର ଠିକ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦିଲ୍ଲୀପ କୁମାର ବିଗତ ୪ ଦିନ ଧରି ଆଇସିୟୁରେ ଭର୍ତ୍ତି ଥିଲେ ମଧ୍ୟ ଏଯାଏଁ ତାଙ୍କୁ ଦେଖିବା ପାଇଁ କୌଣସି ବଲିଉଡ଼ ତାରକା ପହଞ୍ଚି ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/new_dilip_1024_1501917090_618x347.jpeg)