କନକ ବ୍ୟୁରୋ : ବିଦେଶରୁ ଫେରି ନିରୀକ୍ଷଣରେ ରହିଲେ ଗଜପତି । ସପରିବାର ସହ ନିଜ ଭୁବନେଶ୍ୱର ଘରେ ନିରୀକ୍ଷଣରେ ରହିଛନ୍ତି ପୁରୀ ଗଜପତି ମହରାଜ ଦିବ୍ୟସିଂହ ଦେବ । ଆମେରିକା ଗସ୍ତ ସାରି ଗଜପତି ସପରିବାର ୧୫ରେ ଫେରିିଥିଲେ । ଗତକାଲି ସରକାର ବିଦେଶ ଫେରନ୍ତାଙ୍କ ପାଇଁ ପଂଜୀକରଣ ବାଧ୍ୟତାମୂଳକ କରିବା ପରେ ଆଜି ଗଜପତି ମହରାଜ କୋଭିଡ ୧୯ ଅନଲାଇନ ପୋର୍ଟାଲରେ ସ୍ୱେଚ୍ଚାକୃତ ଭାବେ ଆସି ନିଜର ଓ ନୀଜ ପରିବାରର ପଂଜୀକରଣ କରିଛନ୍ତି । ପଞ୍ଜୀକରଣ ପରେ ନିଜ ଘରେ ହୋମ ଆଇସୋଲେସନରେ ରହିଛନ୍ତି ।
ମଙ୍ଗଳବାର ପୁରୀ ଶ୍ରୀନହର ପକ୍ଷରୁ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଏକ ବିଜ୍ଞପ୍ତି ଜାରି କରି ଏହା ପ୍ରକାଶ କରିଛନ୍ତି । ଗଜପତି ମହାରାଜା ପରିବାର ସହ ତାଙ୍କର ଭୁବନେଶ୍ୱର ବାଭବନରେ ଆସନ୍ତା ୧୪ଦିନ ଲାଗି କ୍ୟାରେଣ୍ଟାଇନ୍ରେ ରହିବେ ବୋଲି ସୂଚନା ଦିଆଯାଇଛି ।
ଏଥିସହ ଗଜପତି ମହାରାଜା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଯେଉଁମାନେ ବିଦେଶ ଗସ୍ତ କରି ଓଡ଼ିଶା ଫେରିଛନ୍ତି ବା ଫେରୁଛନ୍ତି ସେମାନେ ରାଜ୍ୟଜନତାଙ୍କ ସ୍ୱାର୍ଥ ଲାଗି ତୁରନ୍ତ ପଞ୍ଜୀକରଣ କରାନ୍ତୁ। ନିଜକୁ ୧୪ଦିନ ପୃଥକକରି ରଖନ୍ତୁ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପରାମର୍ଶକୁ ଅନୁସରଣ କରନ୍ତୁ।