ଢ଼େଙ୍କାନାଳ କମଳାଙ୍ଗ ହାତୀ ମୃତ୍ୟୁ ଘଟଣାରେ ୩ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ : ଅପରାହ୍ନରେ ହେବେ କୋର୍ଟ ଚାଲାଣ

ନବୀନଙ୍କୁ ମାନେକାଙ୍କ ଚିଠି ! ହାତୀଙ୍କ ସୁରକ୍ଷା ଦିଗରେ ବ୍ୟକ୍ତିଗତଭାବେ ଧ୍ୟାନ ଦେବାକୁ ପରାମର୍ଶ ।

କନକ ବ୍ୟୁରୋ : ଢେଙ୍କାନାଳ କମଳାଙ୍ଗରେ ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେସୁର ବହିଷୃତ କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି, ମେରାମୁଣ୍ଡଳୀ ସେକସନ ଫରେଷ୍ଟ ଅଫିସର ପ୍ରଭାକର ରଣା ଓ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗତ ୨୭ ତାରିଖ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟିଥିଲା । ଏହି ମାମଲାର କ୍ରାଇମବ୍ରାଂଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ୫ଟି ମାମଲା ରୁଜୁ କରିଥିଲା ।

publive-image

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣଙ୍କୁ ସସପେଣ୍ଡ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହାତୀ ମୃତ୍ୟୁ ଘଟଣାକୁ ଗୁରୁତର ଭାବେ ନେବା ସହ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବନବିଭାଗ ଓ କ୍ରାଇମବ୍ରାଂଚ ଟିମ କମଳାଙ୍ଗ ଯାଇ ଘଟଣା ସ୍ଥଳରୁ ମୃତ ହାତୀର ରକ୍ତ ନମୂନା ସଂଗ୍ରହ କରିଥିଲେ । ସେହିପରି ଏନଜିଟି ମଧ୍ୟ ଏହି ଘଟଣାରେ ସେସୁକୁ ଦାୟୀ କରି କୋଟିଏ ଟଙ୍କାର ଫାଇନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe