ଢ଼େଙ୍କାନାଳରେ ୫ଟି ଘରୋଇ ନର୍ସିଂହୋମ ଏବଂ ୩ଟି ପାଥୋଲ୍ୟାବକୁ ସିଲ୍ କଲା ପ୍ରଶାସନ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟି ଜିଲ୍ଲା ପ୍ରଶାସନର ନିଷ୍ପତ୍ତ । ଏକାଧିକ ନର୍ସିଂହୋମ ଓ ପାଥୋଲ୍ୟାବ୍କୁ ଯାଇଥିଲେ ଜଣେ ପ୍ରସୂତୀ ମହିଳା । ପରେ ତାଙ୍କ ରିପୋର୍ଟ ଆସିଲା ପଜିଟିଭ

460

କନକ ବ୍ୟୁରୋ : ଢ଼େଙ୍କାନାଳରେ ୫ଟି ଘରୋଇ ନର୍ସିଂହୋମ ଏବଂ ୩ଟି ପାଥୋଲ୍ୟାବ୍କୁ ସିଲ୍ କରିଛି ପ୍ରଶାସନ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ସୂଚନା ଅନୁସାରେ ଜଣେ ପ୍ରସୂତି ପ୍ରସବ ପାଇଁ ଏକ ଘରୋଇ ନର୍ସିଂହୋମକୁ ଯାଇଥିଲେ । ହେଲେ ସେଠାରେ ଉପଯୁକ୍ତ ଚିକିତ୍ସା ନମିଳିବା କାରଣରୁ ସେ ଆହୁୁରୀ ୪ଟି ନର୍ସିଂହୋମକୁ ଯାଇଥିଲେ ।

ଏହାରି ଭିତରେ ୨ଟି ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ଏବଂ ଗୋଟିଏ ଔଷଧ ଦୋକାନ ମଧ୍ୟ ଯାଇଥିଲେ । ତେବେ ସେହି ମହିଳାଙ୍କ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଥିଲା । ଆଉ କଟକରେ ଜଣାପଡ଼ିଲା ମହିଳା ଜଣକ କରୋନା ରୋଗରେ ଆକ୍ରାନ୍ତ ଅଛନ୍ତି । ଏହାପରେ ନରର୍ସିଂହୋମ, ଔଷଧ ଦୋକାନ, ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍କୁ ସିଲ୍ କରିଛି ପ୍ରଶାସନ । ଏହା ସହ ୬୦ ଜଣଙ୍କୁ କ୍ୱାରେଟିନ୍ରେ ରଖାଯାଇଛି ।