ଢେଙ୍କାନାଳରେ ଜମୁଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା !

45

କନକ ବ୍ୟୁରୋ : ଢେଙ୍କାନାଳରେ ଜମୁଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଧୁମ୍ । ଆରମ୍ଭରୁ ବର୍ଷା ପାଇଁ ଉତ୍ସବର ମାହୋଲରେ କିଛିଟା ଫିକା ପଡିଥିଲା । ତେବେ ପାଗ ଅନୁକୂଳ ହୋଇଥିବାରୁ ସହରବାସୀଙ୍କ ମନରେ ଦେଖାଦେଇଛି ଊତ୍ସାହ ଉଦ୍ଦୀପନା ।

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଥିଲା ବର୍ଷା । ମାତ୍ର ୨ ଦିନ ହେବ ପାଗରେ କିଛିଟା ପରିବର୍ତ୍ତନ ଆସିବାରୁ ପୁଣି ପୂଜା ବଜାର ଜମିଆସିଛି । ପ୍ରତ୍ୟେକ ଦିନ ପୁଜାମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ସଂଧ୍ୟାରେ ରଗୀଂନ ଆଲୋକମାଳାରେ ସହର ଝଲମଲ ହୋଇଥିବାବେଳେ ନୃତ୍ୟଗୀତର ଆସର ମଧ୍ୟ ଜମୁଛି । ସେହିପରି ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ସଂଧ୍ୟା ନୀତି ଅତି ନିଷ୍ଠାର ସହିତ ପାଳନ କରାଯାଉଛି । କେଉଁଠି ହୋମ ଯଜ୍ଞ ଚାଲିଛି ତ ଆଉ କେଉଁଠି ମାଙ୍କ ଆଳତୀ ହେଉଛି । ଆସନ୍ତା ଗୁରୁବାର ସମସ୍ତ ମଣ୍ଡପରେ ଶଖୁଂଡି ଭୋଗର ବ୍ୟବସ୍ଥା କରାଯାଇଛି ଯାହାକି ସମସ୍ତ ଭକ୍ତମାନକୁଂ ବଂଟନ କରାଯିବ । ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ବି ମା ଲକ୍ଷ୍ମୀଙ୍କର ପୂଜା ଧୁମଧାମରେ ପାଲିତ ହୋଇଯାଇଛି । ୭ ଦିନ ଧରି ଏହି ପୂଜା ଚାଲିଥିବାବେଳେ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡଦେଖିବାକୁ ମିଳିଛି ।