କେନ୍ଦ୍ରାପଡା : ମିଶ୍ରଣ ପର୍ବରେ ଯୋଗ ଦେବା ପାଇଁ ସଭାରେ ପହଂଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

21

କନକ ବ୍ୟୁରୋ : କେନ୍ଦ୍ରାପଡା ଇଛାପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ମିଶ୍ରଣ ପର୍ବ ହେବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାରେ ପହଚିଂଛନ୍ତି । ତେବେ ମିଶ୍ରଣ ସଭାକୁ କେନ୍ଦ୍ରାପଡାର ପ୍ରଭାବଶାଳୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଡକାଯାଇନାହିଁ । ପୂର୍ବତନ ବିଧାୟକ ତଥା ଏନସିପି ନେତା ଉତ୍କଳ କେଶରୀ ପରିଡା ଓ ଅନ୍ୟ କିଛି ନେତା ଆଜି ଦଳରେ ଯୋଗଦେବେ ।

ଏ ସମ୍ପର୍କରେ ରାଜ୍ୟ ନେତୃତ୍ୱ ବିଜୟଙ୍କ ସହ କୌଣସି ଆଲୋଚନା କରିନଥିବା ବି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି, ବିଜୟଙ୍କୁ ଚ୍ୟାଲେଞ୍ଜ ଦେବାକୁ ଉତ୍କଳଙ୍କୁ ବିଜେପିରେ ସାମିଲ କରାଯାଉଛି । ଏ ନେଇ ବିଜୟଙ୍କ ସମର୍ଥକ ବି ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ତେଣୁ ଆଜିର ମିଶ୍ରଣ ପରେ କେନ୍ଦ୍ରପଡା ବିଜେପି ରାଜନୀତି କେଉଁ ଆଡକୁ ଯାଉଛି ସେ ଉପରେ ସମସ୍ତଙ୍କ ନଜର ରହିଛି ।