କନକ ବ୍ୟୁରୋ : ଧର୍ମଶାଳା ଟେଷ୍ଟ ଏବେ କଡା ଟକ୍କର ସ୍ଥିତିକୁ ଆସିଛି । ପ୍ରଥମ ପାଳିରେ ଅଷ୍ଟ୍ରେଲିଆକୁ ୩ଶହ ରନରେ ସୀମିତ ରଖିଥିବା ଇଣ୍ଡିଆ ଏବେ ପାଳି ଆଗୁଆ ହେବାକୁ ସଂଘର୍ଷ କରୁଛି । ଦୃଢ ମୂଳଦୁଆ ସତ୍ୱେ କଙ୍ଗାରୁ ଦଳ ଯେପରି ୩ଶହ ରନରେ ଅଟକିଥିଲା ଭାରତର ମଧ୍ୟ ସେହି ଦଶା ଦେଖିବାକୁ ମିଳିଛି ।
ଭାରତ ପ୍ରଥମ ପାଳି ବ୍ୟାଟିଂ କରି ଦ୍ୱିତୀୟ ଦିନରେ ୬ ୱିକେଟ ହରାଇ ୨୪୮ ରନ କରିଛି । ମାତ୍ର ୨ୱିକେଟ ହରାଇ ୧୫୬ ରନ କରିଥିବା ଭାରତ ଚା'ପାନ ବିରତି ପରେ ଲଗାତାର ୪ ୱିକେଟ ହରାଇ ଅଷ୍ଟ୍ରେଲିଆକୁ ମ୍ୟାଚକୁ ଫେରିବାକୁ ସୁଯୋଗ ଦେଇଛି । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନ ୪ଟି ୱିକେଟ ନେଇ ଭାରତର ବ୍ୟାଟିଂ ଲାଇନ ଅଫକୁ ଟଳମଳ କରିଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-27-at-9.30.59-AM.png)