ଐତିହାସିକ ବିଜୟ ଅପେକ୍ଷାରେ ଟିମ୍ ଇଣ୍ଡିଆ ! କଙ୍ଗାରୁଙ୍କୁ ହରାଇବା ପାଇଁ କୋହଲି ସେନାଙ୍କ ପ୍ରୟାସ ଜାରି

28

କନକ ବ୍ୟୁରୋ : ସମ୍ମାନ ଜନକ ବର୍ଡର ଗାଭାସ୍କର ଟ୍ରଫିର ବିଜୟ ଦ୍ୱାର ଦେଶରେ ପହଁଚିଛି ଟିମ ଇଣ୍ଡିଆ । ବିଜୟ ପାଇଁ ମାତ୍ର ୮୭ ରନ ଦରକାର ଥିବା ବେଳେ ହାତରେ ୧୦ ୱିକେଟ ରହିଛି । ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆକୁ ମାତ୍ର ୧୩୭ ରନରେ ଅଟକାଇ ସହଜ ବିଜୟ ଆଡକୁ ଆଗଉଛି । ସହଜ ବିଜୟ ଲକ୍ଷ୍ୟ ପାଇ ଗତକାଲି ୨ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଲୋକେଶ ରାହୁଲ ଓ ମୁରଲୀ ବିଜୟ ଷ୍ଟଂପ ଅପସାରଣ ବେଳକୁ ୧୯ ରନ ସଂଗ୍ରହ କରିଛନ୍ତି ।

ସେଥିପାଇଁ ଆଜି ସକାଳୁ ସକାଳୁ ଭାରତ ବିଜୟ ପତାକା ଉଡାଇବା ସହ ଅଷ୍ଟ୍ରେଲିଆ ହାତରୁ ବର୍ଡର-ଗାଭାସ୍କର ଟ୍ରଫି ଛଡାଇ ଆଣିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ପୂର୍ବରୁ ୧-୧ରେ ସିରିଜ ବରାବର ଥିବାରୁ ଏହି ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟ ହେବ । ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୩ଶହ ରନ ଓ ଦ୍ୱିତୀୟ ପାଳିରେ ୧୩୭ ରନ ସଂଗ୍ରହ କରିଛି । ସେହିପରି ଭାରତ ପ୍ରଥମ ପାଳିରେ ୩୩୨ ରନ କରିଥିବା ବେଳେ ଆଜି ଅସମାପ୍ତ ୧୯ରନରୁ ଖେଳ ଆରମ୍ଭ କରିବ ।