ଧର୍ମଶାଳା : ଶ୍ୟାମସୁନ୍ଦରପୁରର ଏକ ଗୋବର ଗାଡିଆରୁ ଉଦ୍ଧାର ହେଲେ ଶିଶୁକନ୍ୟା

60

କନକ ବ୍ୟୁରୋ : ପୁଣି ଅଲୋଡା ଶିଶୁ କନ୍ୟା । ଧର୍ମଶାଳା ଶ୍ୟାମସୁନ୍ଦର ଗାଁରୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଗୋବର ଗାଡିଆରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । କେହି ଶିଶୁଟିକୁ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଶିଶୁ କନ୍ୟାଟି ଜୀବତି ଥିବାରୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । କେହି କୁମାରୀ ମାତୃତ୍ୱ ଲାଭ କରିବାରୁ ଲୋକଲଜ୍ଜା ଭୟରେ ଶିଶୁଟିତୁ ଗୋବର ଗାଡିଆରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଶିଶୁଟି କାନ୍ଦିବା ପରେ ଲୋକେ ଶୁଣି ଆଶା କର୍ମୀଙ୍କ ସହାୟତାରେ ଶିଶୁକୁ ଉଦ୍ଧାର କରିଛନ୍ତି । ପରେ ୧୦୮ ଆମ୍ବିଲାନସ ଯୋଗେ ଶିଶୁଟିକୁ ଧର୍ମଶାଳା ଡାକ୍ତରଖାନୋରେ ଭର୍ତି କରାଯାଇଛି । ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲଥିବା ଡାକ୍ତରଖାନା ସୂତ୍ରରୁ ଜଣା ପଡିଛି ।