ଧର୍ମଶାଳା ପାତାଳୀ କନ୍ୟାର ଏକୋଇଶିଆ କରିବେ କଲେକ୍ଟର ! ଶିଶୁକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କଲା ଯାଜପୁର ଜିଲ୍ଲା ପ୍ରଶାସନ

45

କନକ ବ୍ୟୁରୋ : ଧର୍ମଶାଳା ପାତାଳୀ କନ୍ୟାର ଏକୋଇଶିଆ ପାଳିବେ ଯାଜପୁର କଲେକ୍ଟର । ଯାଜପୁର ଜିଲ୍ଲା ପ୍ରଶାସନ ଏହି ଶିଶୁକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛି । ଶିଶୁଟିର ନାଁ ଧରିତ୍ରୀ ରଖାଯାଇଛି । ବିଧି ଅନୁସାରେ ଶିଶୁକନ୍ୟାର ଷଠିଘର ଓ ଏକୋଇଶିଆ ପାଳିବ ଜିଲ୍ଲା ପ୍ରଶାସନ । ଏବେ ଧରିତ୍ରୀର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମରେ ।

ଗତକାଲି ପୂର୍ବାହ୍ନ ୧୦ଟା ସମୟରେ ଗ୍ରାମର ୮ବର୍ଷର ଝିଅ ଶ୍ରାବଣୀ ସ୍କୁଲରୁ ଘରକୁ ଫେରୁଥିଲା । ସ୍କୁଲ ଆଗରେ ଥିବା ଖତଗଦାରେ ୨ଟି କୁନି କୁନି ଗୋଡ ହଲୁଥିବାର ଦେଖି ଦୋ÷ଡିଯାଇ ମା ଶାନ୍ତିଙ୍କୁ ଜଣାଇଥିଲେ । ଶାନ୍ତି ଏସମ୍ପର୍କରେ ଆଶାକର୍ମୀ ଦ୍ରୌପଦୀଙ୍କୁ ଜଣାଇଥିଲେ । ଖବର ପାଇ ଆଶାକର୍ମୀ ଓ ଗାଁର ପିଲା ଘଟଣାସ୍ଥଳକୁ ଯାଇଥିଲେ । ଆଉ ସେଠାରୁ ମାଟିତଳୁ ନବଜାତକୁ ଉଦ୍ଧାର କରିଥିଲେ ।