ଡିଜିପିଙ୍କ ଦିନିକିଆ ସମ୍ବଲପୁର ଗସ୍ତ : ମାଓ ମୁକାବିଲା, ସାଇବର କ୍ରାଇମ ଓ ନିଶା କାରବାର ରୋକିବା ଦିଗରେ ହେଉଛି ଚର୍ଚ୍ଚା

132

କନକ ବ୍ୟୁରୋ : ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି ପୁଲିସ ଡିଜି ଅଭୟ । ବସନ୍ତପୁର ସ୍ଥିତ ପୁଲିସ ତାଲିମ କେନ୍ଦ୍ର ଅନୁଧ୍ୟାନ କରିବା ପରେ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି ଉତରାଞ୍ଚଳ ଅଧିନ ୫ଟି ଏସପିଙ୍କ ସହ ଆଲୋଚନା କରୁଛନ୍ତି । ୬ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବ । ମାଓବାଦୀ, ନୂତନ ଜ୍ଞାନକୌଶଳ ସହ ସାଇବର କ୍ରାଇମ ଓ ନିଶା କାରବାର ନେଇ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେଉଛି  ।

ମାଓ ଗତିବିଧି ସକ୍ରିୟ ଜିଲ୍ଲା ଗୁଡିକରେ ପୁଲିସ ପ୍ରଶାସନ ପକ୍ଷରୁ କିପରି ପଦକ୍ଷେପ ଗ୍ରହଣ କରାଯିବ ଓ ମାଓ ଗତିବିଧି ରୋକିବା ଦିଗରେ ରଣନୀତିକୁ କିପରି ତ୍ୱରାନ୍ୱିତ କରାଯିବ ଏନେଇ ଆଲୋଚନ ହେଉଛି । ଏହି ବୈଠକରେ ସମ୍ବଲପୁର ସହ ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡା ଓ ବରଗଡ ଏସପିଙ୍କ ସହ ପଦାଧିକାରୀ ସାମିଲ ହୋଇଛନ୍ତି ।