ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ! ସବୁ ଜିଲ୍ଲା ଏସପିଙ୍କୁ ଚିଠି ଲେଖିଲେ ଡିଜିପି, ହୋଟେଲରେ ସିସିଟିଭି ବାଧ୍ୟତାମୂଳକ

Advertisment
ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ! ସବୁ ଜିଲ୍ଲା ଏସପିଙ୍କୁ ଚିଠି ଲେଖିଲେ ଡିଜିପି, ହୋଟେଲରେ ସିସିଟିଭି ବାଧ୍ୟତାମୂଳକ

image courtesy-http://bcdn.newshunt.com

କନକ ବ୍ୟୁରୋ : କଡାକଡି କରାଯିବ ସମସ୍ତ ହୋଟେଲର ସୁରକ୍ଷା ବ୍ୟବସ୍ଥା । ହୋଟେଲ ସୁରକ୍ଷା ନେଇ ଡିଜି ଆରପି ଶର୍ମା ଆଜି ଏକ ବୈଠକ କରିଛନ୍ତି । ହୋଟେଲ, ଲଜ, ଗେଷ୍ଟ ହାଉସର ସୁରକ୍ଷା ନେଇ ସବୁ ଜିଲ୍ଲା ଏସପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି । ସବୁ ହୋଟେଲରେ ସିସିଟିଭି ବାଧ୍ୟତାମୂଳକ କରାଯିବ । ଏହା ସହ ସବୁ ଅତିଥିଙ୍କ ପରିଚୟପତ୍ର ଯାଂଚ ହେବ । ଏବଂ ସନ୍ଦେହ ହେଲେ ପୁଲିସକୁ ତୁରନ୍ତ ସୂଚନା ଦିଆଯିବ । ଗାଡି ଓ ଜିନିଷ ଯାଂଚ ପାଇଁ ସ୍କାନର ଲାଗିବ । ବାରଗୁଡିକ ଠିକ ସମୟରେ ବନ୍ଦ ହେବ । ମସାଜ ପାର୍ଲର, ସ୍ପା ନାଁରେ ଅନୈତିକ କାର୍ଯ୍ୟ ହେବନି । ଏସବୁ ଖିଲାପ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନଦିଆଯିବ ବୋଲି ଆର ପି ଶର୍ମା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe