ରାମ ରହିମଙ୍କ ଆଶ୍ରମର ପରିବା ଦର ! କଞ୍ଚାଲଙ୍କା ଗୋଟାକୁ ୧୦୦୦ଟଙ୍କା ଓ ଗୋଟିଏ ଅମୃତଭଣ୍ଡାକୁ ୫୦୦୦

65

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲଦଣ୍ଡର ଶୁଣାଣି ହୋଇଛି । ଏହାପରେ ହରିୟାଣା ସରକାର ଡେରାରେ ସର୍ଚ୍ଚ ଅପରେସନ୍ କରି ସମ୍ପତ୍ତିର ଯାଞ୍ଚ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସର୍ଚ୍ଚ ଅପରେସନ୍ ପାଇଁ ୫୦୦୦ ଯବାନଙ୍କୁ ନିୟୋଜିତ କରାଯାଇଛି । ram-rahimପ୍ରଶାସନ ଡେରାରେ ତିନିଟି ପଦ୍ଧତିରେ ସର୍ଚ୍ଚ ଅପରେସନ୍ କରିବ। ପ୍ରଥମେ ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଖୋଜାଯିବ । ଦ୍ୱିତୀୟରେ ବେଆଇନ ସମ୍ପତ୍ତି, କଳାଧନ ଓ ଅନ୍ୟାନ୍ୟ ସାମଗ୍ରୀ ଓ ତୃତୀୟରେ ଡେରାରେ ସାଧୁମାନେ ନେଇଥିବା ସମାଧିର ଯାଞ୍ଚ କରାଯି ବ। ଯଦି ପ୍ରଶାସନକୁ ସନ୍ଦେହ ହେଲା ତେବେ ଡେରାକୁ ଖୋଳା ଯିବାର ମଧ୍ୟ ଯୋଜନା ରହିଛି । ରୋହତକ ଜେଲରେ ଦଣ୍ଡ ଭୋଗୁଛନ୍ତି । ହେଲେ ଡେରା ସଚ୍ଚା ସୌଦା ଆଶ୍ରମରେ ଆହୁରି ଅନେକ କଳା କାରନାମାର ଗୁମର ଏବେ ଧୀର ଧୀରେ ଖୋଲୁଛି । ଏହାସହ ବିଭିନ୍ନ ତଥ୍ୟ ଏବେ ଲୋକଙ୍କ ସାମ୍ନାକୁ ଆସୁଛି । ରାମ ରହିମ କଳା କାରନାମ ମଧ୍ୟରୁ ଏମିତି ଏକ କାରନାମା ଏବେ ସାମ୍ନାକୁ ଆସିଛି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହୁଏତ ଅବିଶ୍ୱାସ ମଧ୍ୟ କରିପାରନ୍ତି ।

ତେବେ ସଦ୍ୟ ସୂଚନା ଅନୁସାରେ ଡେରା ଆଶ୍ରମରେ ପରିବା ଦର ଜାଣିଲେ ଆପଣ ବେହୋସ ହୋଇଯିବେ । ବାବା ରାମ ରହିମଙ୍କ ଆଶ୍ରମ ୭୦୦ ଏକରରେ ବ୍ୟାପ୍ତ । ଯେଉଁଠି ଫଳ ଓ ପନିପରିବା ଚାଷ ମଧ୍ୟ ହୁଏ । ବାବା ନିଜେ ଆଶ୍ରମରେ ଚାଷ କରନ୍ତି । ତେବେ ବାବଙ୍କ ଆଶ୍ରମରେ ହେଉଥିବା ପନିପରିବା ସାଧାରଣ ବଜାରରେ ବିକ୍ରି ହେଉଥିବା ପରିବା ଅପେକ୍ଷା ଢ଼େର ଗୁଣା ଅଧିକ । ଖାଲି କିଛି ଗୁଣା ଅଧିକ କହିଲେ ଠିକ ହେବ ନାହିଁ । ଏଠାରେ ପରିବା ଦର ସୁନା ଦର ପରି । ରାମ ରହିମ ନିଜେ ହିିଁ ପରବା ଦର କେତେ ହେବ ନିଷ୍ପତ୍ତି ନେଉଥିଲେ । ଆଉ ଚଢ଼ା ଦରରେ ତାଙ୍କ ଅନୁଗାମୀଙ୍କୁ ବିକ୍ରୀ କରୁଥିଲେ । ସେ ଏଠାରେ ହେଉଥିବା ପରିବାକୁ ଭଗବାନଙ୍କ ପ୍ରସାଦ କହି ଭକ୍ତଙ୍କୁ ଲୁଟୁଥିଲେ ।

ବାବାଙ୍କ ଆଶ୍ରମରେ କଞ୍ଚାଲଙ୍କା ଓ ଟମାଟୋ ଗୋଟାକୁ ୧୦୦୦ ଟଙ୍କା ଲେଖାଏଁ । ଆଉ ଗୋଟିଏ ଅମୃତମଣ୍ଡାର ମୂଲ୍ୟ ୫୦୦୦ ଟଙ୍କା । ଆଶ୍ଚର୍ଯ୍ୟ ହେଉଛନ୍ତି ନା । ହେଲେ କଥାଟା ନିରାଟ ସତ । କେବଳ ଏତିକି ନୁହେଁ ବାବାଙ୍କ ଆଶ୍ରମରେ ବାଇଗଣର ମୂଲ୍ୟ ତାହାର ଅକାର ଦେଖି ଧାର୍ଯ୍ୟ ହୁଏ । ଛୋଟ ବାଇଗଣର ମୂଲ୍ୟ କମ ଓ ଯେତିକି ବଡ଼ ବାଇଗଣ ସେତିକି ଅଧିକ ମୂଲ୍ୟ । ଏହାସହ ୫ ଗ୍ରାମ ମଟରର ମୂଲ୍ୟ ୧୦୦୦ ଟଙ୍କା । ଯଦି ଆପଣ ଗୋଟିଏ କିଲୋ ମଟର କିଣିବେ, ଚିନ୍ତା କରନ୍ତୁ କେତ ଟଙ୍କା ଦେବାକୁ ପଡ଼ିବ । ପରିବା ଦର ଏତେ ଜାଣି ଯେ କେହି ସନ୍ଦେହରେ ମଧ୍ୟ ପଡ଼ିପାରନ୍ତି ।

ଆପଣଙ୍କ ମନରେ ମଧ୍ୟ ଏ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ତେବେ ଆପଣ ଚିନ୍ତିା କରୁଛନ୍ତି କି ଏତେ ଟଙ୍କା ଦେଇ କିଏ ପରିବା କିଣେ । ବାବା ରାମ ରହିମଙ୍କ ଭକ୍ତ ବାବଙ୍କ ପାଇଁ ଏତେ ଅନ୍ଧ ଥିଲେ ହଜାର ହଜାର ଟଙ୍କା ଦେଇ ପରିବା କିଣିବା ପାଇଁ ପଛାଉ ଥିଲେ । ବାବ ନିଜେ ଏହାକୁ ଚାଷ କରିଥିବାରୁ ପରିବା ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବ ଭାବି ତାଙ୍କ ଅନୁଗାମୀ ପାଣି ପରି ଟଙ୍କା ଖର୍ଚ୍ଚ କରିପରିବା କିଣୁଥିଲେ । ବାବାଙ୍କ କଆଶ୍ରମରୁ ପରିବା ଖାଇବା ଆଶିର୍ବାଦ ବା ସୌଭାଗ୍ୟର କଥା ଭାବି ଅନୁଗାମୀ ମାନେ ହଜାର ହଜାର ଟଙ୍କା ଦେଇ ପରିବା କିଣୁଥିଲେ । ରାମ ରହିମ ଆଶ୍ରମ ପରିସରରେ ଥିବା ଜମିରେ ପରିବା ଚାଷ କରି ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ । ଫଳରେ ଆଶ୍ରମକୁ ଆସୁଥିବା ଲୋକଙ୍କୁ ଠକି ପ୍ରତିଦିନ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲେ।

ram rahimତେବେ ଡେରାକୁ ନେଇ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଡେରା ଭିତରେ ବିଳାସପୂର୍ଣ୍ଣ ହୋଟେଲ, ସ୍ପା, ଭବ୍ୟ ରେସ୍ତୋରାଁ, ଶିକ୍ଷା ସଂସ୍ଥା, ମାର୍କେଟ, ହସ୍ପିଟାଲ, ଘରୋଇ ଷ୍ଟାଡିୟମ, ୫ ଓ ୭ ତାରକା ହୋଟେଲ ଆଦି ରହିଛି । ଡେରାରେ ତିଆରି ହୋଇଥିବା ରୋସ୍ତୋରାଁ ପାଣିରେ ତିଆରି ହୋଇଛି । ଏହି ରୋସ୍ତୋରାଁ ଭିତରକୁ ଗଲେ ପାଣି ଭିତରେ ବସିଥିବା ଭଳି ଅନୁଭବ ହେବ । କେବଳ ଏତିକି ନୁହେଁ ଡେରାରେ ତାଜମହଲ ଓ ଏଫିଲ ଟାଓ୍ଵାର ବି ରହିଛି । ଗୋଟିଏ ବାକ୍ୟରେ କହିବାକୁ ଗଲେ ୭୦୦ଏକର ପରିମିତ ବିଶିଷ୍ଟ ଡେରା ଆଶ୍ରମଟି ଏକ ସ୍ମାର୍ଟସିଟି ଠାରୁ କୌଣସି ଗୁଣରେ ବି କମ୍ ନୁହେଁ ।

ସୂଚନାଯୋଗ୍ୟ ଗତ କିଛିଦିନ ଦିନ ପୂର୍ବରୁ ଖବର ଆସିଥିଲା ରାମ ରହିମ ଅସଲି ନାଁ ନକଲି । ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମରେ ପ୍ରକାଶିତ ଖବବ ଅନୁଯାୟୀ, ଜେଲରେ ରହିଥିବା ରାମରହିମ ଅସଲି ନୁହଁନ୍ତି ବରଂ ତାଙ୍କ ଭଳି ଦେଖାଯାଉଥିବା ଅନ୍ୟ ଏକ ବ୍ୟକ୍ତି । ଏହି ଘଟଣା ସମ୍ନାକୁ ଆସିବା ପରେ ହରିୟାଣା ସରକାରଙ୍କର ଚିନ୍ତା ବଢ଼ିଯାଇଥିଲା । ଜେଲରେ ରହିଥିବା ରାମରହିମ ଅସଲି ନା ନକଲି ସେ ନେଇ ତଦନ୍ତ ଆରମ୍ଭ କରିଥିଲା ହରିୟାଣା ପୋଲିସ ।