କନକ ବ୍ୟୁରୋ : ବିଜେଡିରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ବିଧିବଦ୍ଧ ଭାବେ ଦଳର ସଦ୍ୟସତା ଗ୍ରହଣ କରିଛନ୍ତି । ରାମଚନ୍ଦ୍ର ପଣ୍ଡା ବିଜେଡିରେ ମିଶିବା ପରେ ଦଳ ଶକ୍ତିଶାଳୀ ହେବ ବୋଲି ନବୀନ କହିଛନ୍ତି । ବିଜେପିରେ ଥିବା ବେଳେ ବର୍ଷେ ହେବ ସେ ଦଳରେ ଅଣନିଶ୍ୱାସୀ ହୋଇପଡିଥିଲେ ବୋଲି କହିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ସାରାଦେଶ ନବୀନଙ୍କୁ ରୋଲ ମଡେଲ ଭାବେ ଗ୍ରହଣ କରିଛନ୍ତି । ଏଥିପାଇଁ ବିଜୁ ଜନତା ଦଳରେ ସାମିଲ ହୋଇଥିବା କହିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ।
ଏହାସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Screen-shot-2017-01-12-at-1.59.37-PM.png)