କନକ ବ୍ୟୁରୋ : କଳାଧନ ଉପରେ ଅଙ୍କୁଶ ଲଗାଇବାରେ କେତେ ସକ୍ଷମ ହୋଇଛି ବିମୁଦ୍ରାକରଣ ? ଏହାକୁ ନେଇ ବିବାଦ ଲାଗି ରହିଛି । ବିମୁଦ୍ରାକରଣ ଯୋଗୁଁ ଦେଶରେ କଳାଧନ ଉପରେ ଅଙ୍କୁଶ ଲାଗିବା ସହ ଇ-ପେମେଂଟ ବଢ଼ିଛି ବୋଲି ଦାବି କରିଆସୁଛି ମୋଦି ସରକାର । ଅନ୍ୟପଟେ ବିମୁଦ୍ରାକରଣ ମୋଦିଙ୍କର ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି କହିଆସୁଛନ୍ତି ବିରୋଧୀ । ଏପରିକି ଏହାକୁ ଦେଶର ସବୁଠୁ ବଡ ଦୁର୍ନୀତି ବୋଲି କହି ସମାଲୋଚନା ଜାରି ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ବିବାଦ ଭିତରେ ବିମୁଦ୍ରାକରଣ ସମୟର କିଭଳି ଏହି ନିଷ୍ପତିକୁ ଆରବିଆରର ନିର୍ଦ୍ଦେଶକମାନେ ବିରୋଧ କରିଥିଲେ ସେହି ଖବର ସାମନାକୁ ଆସିଛି ।
/kanak/media/post_attachments/wp-content/uploads/2018/04/demonetisationpainbig-300x125.jpg)
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ପ୍ରଧାନମନ୍ତ୍ରୀ ୨୦୧୬ ନଭେମ୍ବର ୮ତାରିଖ ରାତି ୮ଟାରେ ବିମୁଦ୍ରାକରଣ ଘୋଷଣା କରିବା ପୂର୍ବରୁ ସନ୍ଧ୍ୟା ୫.୩୦ରେ ବୋର୍ଡ ମିଟିଂ ବସିଥିଲା । ଏହି ମିଂଟିରେ ବିମୁଦ୍ରାକରଣ କିଭଳି କଳାଧନ ଫେରିବାରେ ସହାୟକ ହେବ ସେନେଇ ବୁଝି ପାରିନଥିଲେ ଅଧିକାଂଶ ନିର୍ଦ୍ଦେଶକ । ଅଧିକାଂଶ କଳାଧନ ସ୍ଥାବର ସମ୍ପତି ଓ ସୁନା ଆକାରରେ ଦୁର୍ନୀତିଗ୍ରସ୍ଥ ଲୋକଙ୍କ ପାଖରେ ରହିଥିବାରୁ ବିମୁଦ୍ରାକରଣ କିଭଳି ସଫଳ ହେବ ନିର୍ଦ୍ଦେଶକମାନେ ସେ ନେଇ ପ୍ରଶ୍ନ କରିଥିଲେ । ତେବେ ଅର୍ଥମନ୍ତ୍ରାଳୟର ସୁପାରୀଶ ଆଧାରରେ ଆରବିଆଇ ଡେପୁଟି ଗଭର୍ଣ୍ଣର ଆଣିଥିବା ପ୍ରସ୍ତାବକୁ ଏହି ବୈଠକରେ ପାସ୍ କରାଯାଇଥିଲା ।