କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜାସ କଲେଜରେ ଦେଖାଦେଇଥିବା ହିଂସା ଏବେ ପୁନେ ବିଶ୍ୱବିଦ୍ୟାଳୟକୁ ମଧ୍ୟ ବ୍ୟାପିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଷ୍ଟୁଡେନ୍ଟସ ଫେଡେରେସନ ଅଫ୍ ଇଣ୍ଡିଆ ବା ଏସଏଫଆଇ ମଧ୍ୟରେ ଦେେଖାଦେଇଥିବା ହିଂସା ଏବେ କେବଳ ରାମଜାସ କଲେଜ ମଧ୍ୟରେ ସିମୀତ ହୋଇରହିନାହିଁ ।
ରାମଜାସ କଲେଜକୁ ଜେଏନୟୁର ବିବାଦୀୟ ନେତା ଉମର ଖାଲିଦକୁ ନିମନ୍ତ୍ରଣ କରାଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ପ୍ରତିବାଦ କରି ପୁଣେ ବିଶ୍ୱବିଦ୍ୟାଳୟର ଏସଏଫଆଇ ଛାତ୍ରଛାତ୍ରୀମାନେ ୨୭ ତାରିଖ ଦିନ ଏକ ବୈଠକ କରିବା ନେଇ ପୋଷ୍ଟର ମାରିଥିଲେ । କିନ୍ତୁ ଏହାକୁ ଏବିଭିପି ଛାତ୍ରମାନେ ପୋଷ୍ଟର ହଟାଇବାକୁ କହିଥିବାରୁ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ତୁମୁଳ କାଣ୍ଡ ହୋଇଥିଲା ।
ଅନ୍ୟପକ୍ଷରେ ଏହି ହିଂସାକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍ ହୋଇଛି । ଦିଲ୍ଲୀ ଶ୍ରୀରାମ ମହିଳା କଲେଜରେ ଜଣେ ଛାତ୍ରୀ ସୋସିଆଲ ମିଡିଆରେ ସେ ଏବିଭିପିକୁ ଭୟ କରନ୍ତି ନାହିଁ ବୋଲି କ୍ୟାଂପେନ ଆରମ୍ଭ କରିଚନ୍ତି । ସେ ଆହୁରି ଲେଖିଛନ୍ତି ଯେ ଭାରତର ସବୁ ବିଦ୍ୟାର୍ଥୀ ତାଙ୍କ ସହିତ ରହିଛନ୍ତି । ସେ କ୍ୟାଂପେନରେ ମଧ୍ୟ ଦାବି କରିଛନ୍ତି ଯେ ଏବିଭିପିର ଆକ୍ରମଣ ବନ୍ଦ ହେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-26-08h43m38s858.png)