ଦିଲ୍ଲୀକୁ ଘୋଡେଇଛି ପ୍ରଦୂଷଣର ଚାଦର ! ବିଷାକ୍ତ କୁହୁଡିର ବଳୟରେ ରାଜଧାନୀ

147

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣ କମିବାର ନାଁ ନେଉନାହିଁ । ଏହି କାରଣରୁ ଏଠାରେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିବାବେଳେ ଏବେ ଏହା ବଳବଳତର ରହିଛି । ଆଜି ଦିଲ୍ଲୀରେ ପରିସ୍ଥିତି ଆହୁରି ଖରାପ ହୋଇପଡିଛି । ପ୍ରବଳ କୁହୁଡି ଓ ବିଷାକ୍ତ ଧୂଆଁ ଯୋଗୁଁ ସକାଳୁ ସକାଳୁ କିଛି ଦେଖାଯାଉନଥିବାବେଳେ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହାସହ ଗାଡି ଚଳାଚଳ ବି ପ୍ରଭାବିତ ହେଉଛି ।

ମର୍ଣ୍ଣିଂୱାକ କରୁଥିବା ଲୋକମାନେ ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି । କିଛି ଅଂଚଳରେ ଏୟାର କ୍ୱାଲିିଟି ଇଣ୍ଡେକ୍ସ ୭ଶହରେ ପହଁଚିଛି । ଯଦି ଦେଖିବେ, ତାେହେଲେ ସୀମାରେ ପ୍ରତିଦିନ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ଦ୍ୱାରକା,ପୁଷା ରୋଡ ପଂଜାବୀ ବାଗରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୮ଶହରେ ପହଁଚିଛ ି । ପୁଷାରୋଡରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୭୭ ରହିଥିବାବେଳେ ଅଶୋକ ବିହାରରେ ୭୫୭, ଓଖଲାରେ ୭୨୨ ରହିଛି ।
ଜବାବହାରଲାଲ ନେହରୁ ଷ୍ଟାଡିୟମ ନିକଟରେ ୭୩୩ ଓ ଆରକେପୁରମରେ ୬୨୮ ରହିଛି । ସେପଟେ ଗୁରଗାଓଁରେ କିିଛି ସ୍ଥାନରେ ପିଏମ ୨.୫ର ସ୍ତର ୮ଶହ ପାର କରିଛି । ୟୁପି ଗାଜିୟାବାଦରେବି ପ୍ରଦୂଷଣର ମାତ୍ରା ସମାନ ରହିଛି । ବିଷାକ୍ତ ବାୟୁ ଯୋଗୁଁ ଏଠାରେ ଲୋକଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା କଥା କହିଛନ୍ତି ।