ଜେଏନୟୁ ହିଂସାକାଣ୍ଡ ଘଟଣାରେ ନୂଆ ମୋଡ : ବିଶ୍ୱବିଦ୍ୟାଳୟ ପ୍ରଶାସନର ଅଭିଯୋଗ ପରେ ଛାତ୍ର ସଂଘ ସଭାପତି ଆୟଶୀ ଘୋଷଙ୍କ ସହ ୧୯ ଜଣଙ୍କ ନାଁରେ ମାମଲା ରୁଜୁ

292

କନକ ବ୍ୟୁରୋ : ଜେଏନୟୁ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡ ଘଟଣାରେ ନୂଆମୋଡ । ଛାତ୍ର ସଂଘ ସଭାପତି ଆୟଶୀ ଘୋଷଙ୍କ ସହିତ ମୋଟ୍ ୧୯ ଜଣଙ୍କ ନାଁରେ ମାମଲା ରୁଜ୍ଜୁ । ଜେଏନୟୁ ପ୍ରଶାସନର ଅଭିଯୋଗ ପରେ ଆୟଶୀଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ଦିଲ୍ଲୀ ପୋଲିସ । ଆଇପିସି ଧାରା ୩୨୩, ୩୪୧ ଏବଂ ୫୦୬ ଦଫା ଲାଗିଛି । ଆୟଶୀଙ୍କ ନାଁରେ ଆସିଛି ସର୍ବର ରୁମରେ ଭଂଗାରୁଜା ଓ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣର ଅଭିଯୋଗ  ।

ଜାନୁଆରୀ ୪ ତାରିଖରେ ସର୍ବର ରୁମରେ ଭଂଗାରୁଜା ସହିତ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା ।ଜେଏନୟୁ ପ୍ରଶାସନ ଜାନୁଆରୀ ୪ ତାରିଖରେ ଏନେଇ ପୋଲିସରେ ଏତଲା କରିଥିଲେ । ଏହାକୁ ଆଧାର କରି ଜାନୁଆରୀ ୫ ତାରିଖରେ ଦାଏର ହୋଇଥିଲା ଏତଲା । ଏହାରି ମଧ୍ୟରେ ଜେଏନୟୁ ହିଂସାକାଣ୍ଡକୁ ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି ବଡ ତଥ୍ୟ । ଏହି ହିଂସାକାଣ୍ଡରେ ଉଭୟ ବାମ ଓ ଏବିଭିପି କାର୍ଯ୍ୟକର୍ତା ସାମିଲ ଥିଲେ । ସମସ୍ତେ ମୁହଁକୁ ଘୋଡାଇ ରଖି ଭଂଗାରୁଜା ଓ ଆକ୍ରମଣ କରିଥିଲେ ।

ପୋଲିସ ଏନେଇ ଅଧିକ ତଥ୍ୟ ଯୋଗାଡ କରିବା ସହ ତଦନ୍ତ ଜାରି ରଖିଛି । ଜାନୁଆରୀ ୪ ତାରିଖରେ ସର୍ବର ରୁମରେ ଜେଏନୟୁ ଛାତ୍ର ସଂଘ ସଭାପତି ଆୟଶୀ ଘୋଷ ଓ ତାଙ୍କ ସାଥୀ ପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏହା ପରେ ଘଟିଥିଲା ଏହି କାଣ୍ଡ ପୋଲିସ ତଦନ୍ତରୁ ସାମ୍ନାକୁ ଆସିଛି ।