ଦିଲ୍ଲୀ ପୌର ନିର୍ବାଚନରେ ଆପକୁ ଲାଗିପାରେ ବଡ ଝଟକା ! ଏଗଜିଟ୍ ପୋଲ ସର୍ଭେରେ ଆଗୁଆ ବିଜେପି

ଦିଲ୍ଲୀ ପୌର ନିର୍ବାଚନରେ ଆପକୁ ଲାଗିପାରେ ବଡ ଝଟକା ! ଏଗଜିଟ୍ ପୋଲ ସର୍ଭେରେ ଆଗୁଆ ବିଜେପି

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଫୁଟିବ ବିଜେପି । ଏଭଳି ଆକଳନ କରିଛନ୍ତି କିଛି ଏଗଜିଟ୍ ପୋଲ ରିପୋର୍ଟ । ଇଣ୍ଡିଆ ଟୁଡେର ଏଗଜିଟ୍ ପୋଲରେ ଦିଲ୍ଲୀ ତିନିଟି ଯାକ ନଗର ନିଗମରେ ବିଜେପି ଜିତିବା ନେଇ ଆକଳନ କରିଛି ।

ଦିଲ୍ଲୀ ନଗର ନିଗମରେ ହୋଇଥିବା ମୋଟ୍ ୨୭୦ ଆସନରୁ ବିଜେପିକୁ ୨୦୨ରୁ ୨୨୦, ଆପକୁ ୨୩ରୁ ୩୫ ଏବଂ କଂଗ୍ରେସକୁ ୧୯ରୁ ୩୧ଟି ଆସନ ମିଳିବାର ଆକଳନ କରିଛି ଇଣ୍ଡିଆ ଟୁଡେ- ଏକ୍ସସିସ୍ ମାଇ ଇଣ୍ଡିଆ ସର୍ଭେ ।

ନର୍ଥ ଏମ୍ସିଡି, ସାଉଥ ଏମ୍ସିଡି ଏବଂ ଇଷ୍ଟ ଏମ୍ସିଡି ତିନିଟି ଯାକରେ ବିଜେପି ଅଧିକ ଆସନ ପାଉଥିବା ନେଇ ଏହି ସର୍ଭେ ଆକଳନ କରିଛି । ମୋଦି ସରକାରଙ୍କ ଯୋଜନା ଗୁଡ଼ିକ ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିଛି ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe