ଅନଶନରେ କେଜ୍ରିୱାଲ ଟିମ ସଦସ୍ୟଙ୍କ ସଂଖ୍ୟା କମୁଛି : ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରେ କାମରେ ଯୋଗ ଦେଲେ ଦୁଇମନ୍ତ୍ରୀ

Advertisment
ଉପରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହିଁ ଦିଲ୍ଲୀର ଅସଲି ମାଲିକ : ସୁପ୍ରିକକୋର୍ଟଙ୍କ ରାୟ ପରେ ଆଉ କେଉଁ କେଉଁ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ, ପଢ଼ନ୍ତୁ ଏହି ରିପୋର୍ଟ

image courtesy-https://www.hindustantimes.com

କନକ ବ୍ୟୁରୋ : ଉପରାଜ୍ୟପାଳ ଅନିଲ ବାଇଜଲଙ୍କ ବାସଭବନରେ ଚାଲିଥିବା ଅନଶନରେ କେଜ୍ରିୱାଲଙ୍କ ଅଧା ନେତା ଆସୁନାହାନ୍ତି । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଦିଲ୍ଲୀ ସରକାରଙ୍କ ଦୁଇଜଣ ମନ୍ତ୍ରୀ ଆଜିଠାରୁ କାମରେ ଯୋଗ ଦେବୋ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ଏବଂ ସତ୍ୟେନ୍ଦର ଜୈନ ହସ୍ପିଟାଲରୁ ଡିସଚାର୍ଜ ହେବାପରେ ଆଜିଠାରୁ କାମ ଆରମ୍ଭ କରିବେ ବୋଲି ଟୁଇଟ କରିଛନ୍ତି ।

ଅନଶନରେ ବସିଥିବା ଏହି ଦୁଇମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ଗତକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଦିଲ୍ଲୀବାସୀଙ୍କ ପାଇଁ ଉପରାଜ୍ୟପାଳ କଣ ୮ଦିନରେ ୮ମିନିଟ ସମୟ ପାଇଲେନି ଆଲୋଚନା କରିବା ପାଇଁ ବୋଲି ଟ୍ୱିଟ କରି ପ୍ରଶ୍ନ କରିଛନ୍ତି କେଜ୍ରିୱାଲା ଆଶା ଆଜି ଉପ ରାଜ୍ୟପାଳ ଆଲୋଚନା କରିବେ ବୋଲି କହିଛନ୍ତି କେଜ୍ରିୱାଲ । ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଜାରି ରହିଥିବା ଅନଶନ ଅସାମ୍ବିଧାନିକ ବୋଲି ଦାୟର ହୋଇଥିବା ପିଟିସନର ସଙ୍ଗେ ସଙ୍ଗେ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe