ପ୍ରତି ୧୦ ସେକେଣ୍ଡରେ ପାଇପାରିବେ ବସର ଲାଇଭ ଲୋକେସନ ! ଜାଣନ୍ତୁ କେଉଁଠି ହେଲା ଏପରି ବ୍ୟବସ୍ଥା ?

329

ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାର ଲଂଚ କରିଛି ଟ୍ରାଞ୍ଜିଟ୍ ଡାଟା ପୋର୍ଟାଲ । ଏହି ପୋର୍ଟାଲ ଜରିଆରେ ୧୭୦୦ କ୍ଲଷ୍ଟର ବସର ଲାଇଭ୍ ଲୋକେସନ ଜାଣିହେବ । ସରକାରଙ୍କ ଅନୁସାରେ ଆଗାମୀ ସମୟରେ ଡିଟିସି ବସ, ଦିଲ୍ଲୀ ମେଟ୍ରୋ ଫିନର ବସ୍ ଏବଂ ଗ୍ରାମୀଣ ସେବାର ଟାଇମିଂ ଏହି ପୋର୍ଟାଲରେ ଜରିଆରେ ଜାଣିହେବ । ଏହି ପୋର୍ଟାଲକୁ ପ୍ରସ୍ତୁତ କରିଛି ଆଇଆଇଟି ଦିଲ୍ଲୀ ।

ପରିବହନ ମନ୍ତ୍ରୀ ଦାବି କରିଛିନ୍ତି ଦିଲ୍ଲୀ ଏବେ ଦେଶର ପ୍ରଥମ ସ୍ଥାନ ହେବ, ଯେଉଁଠି ୱେବସାଇଟ ଜରିଆରେ ବସର ରିୟଲ ଟାଇମ ଡାଟା ଉପଲବ୍ଧ କରାଯିବ । ରିୟଲ ଟାଇମ ଡାଟା ପ୍ରୟୋଗ କରି ମୋବାଇଲ ଆପ୍ଲିକେସନ ଜରିଆରେ ବସର ପ୍ରକୃତ ସ୍ଥାନ ବିଷୟରେ ଜାଣିହେବ । ଏହା ବ୍ୟତୀତ ପରିବହନ ମନ୍ତ୍ରୀ କହିଛନ୍ତି ରିସର୍ଚ୍ଚ ପାଇଁ ଡାଟାର ପ୍ରୟୋଗ କରାଯିବ । ପ୍ରତି ୧୦ ସେକେଣ୍ଡରେ ଜିପିଏସ୍ ଜରିଆରେ ଯାତ୍ରୀ ପାଇବେ ବସର ଲାଇଭ୍ ଲୋକେସନ୍ ।

ଏହା ବ୍ୟତୀତ ଦିଲ୍ଲୀ ସରକାର ନୂଆ ବସଷ୍ଟାଣ୍ଡ ତିଆରି କରିବା ପାଇଁ ମଧ୍ୟ ପ୍ରସ୍ତୁତି କରୁଛି । ଏବଂ ଉକ୍ତ ବସଷ୍ଟାଣ୍ଡ ଗୁଡ଼ିକରେ ରିୟଲ ଟାଇମ ପାସେଞ୍ଜର ଇନଫରମେସନ ସିଷ୍ଟମ ଓ ଡିସେପ୍ଲେ ବୋର୍ଡ଼ର୍ ମଧ୍ୟ ଲଗାଯିବ । ବସ ଗୁଡ଼ିକର ରିୟଲ ଟାଇମ୍ ଡାଟା ପ୍ରୟୋଗ କରାଯିବ । ଲୋକଙ୍କ ସୁବିଧା ଦୃଷ୍ଟିରୁ ଏପରି ନୂଆ ପ୍ରୟୋଗ କରାଯାଇଥିବା ସୂଚନା ।