ଫଳାଫଳ ଘୋଷଣା ପୂର୍ବରୁ ଦିଲ୍ଲୀ ବିଜେପି ସଭାପତିଙ୍କ ବଡ଼ ବୟାନ୍ : ବିଜେପିର ହାରଜିତର ସମ୍ପୂର୍ଣ୍ଣ ଦାୟିତ୍ୱ ନେଲେ ମନୋଜ ତିୱାରୀ

371

କନକ ବ୍ୟୁରୋ : ପୁଣି ଦିଲ୍ଲୀରେ ସରକାର ଗଢ଼ିବା ରାସ୍ତାରେ ଆଗକୁ ବଢ଼ୁଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀରେ ଆମ ଆଦମି ପାର୍ଟି ଅଗ୍ରଣୀ ସ୍ଥିତି ବଜାୟ ରଖିଛି । ଫଳାଫଳ ଆସିବା ପୂର୍ବରୁ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଯାଇଛି କହିଲେ ଚଳେ । ଟ୍ରେଣ୍ଡକୁ ଦେଖଲେ ସ୍ପଷ୍ଟ ଜଣାପଡ଼ୁଛି ବିଜେପି ପଛରେ ପଡ଼ିଯାଇଛି । ତେବେ ବିଜେପି ପଛୁଆ ଟ୍ରେଣ୍ଡକୁ ଦେଖି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ବଡ଼ ବୟାନ୍ ଦେଇଛନ୍ତି । ଜୟ-ପରାଜୟର ସମ୍ପୂର୍ଣ୍ଣ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଦିଲ୍ଲୀ ବିଜେପି ସଭାପତି । ଅନ୍ୟପଟେ ଏବେ ବି ବିଜେପି ଜିତିବାର ଆଶାକୁ ବଜାୟ ରଖିଛନ୍ତି ମନୋଜ ତିୱାରୀ ।  ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।

ଏବେ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ଆପ୍ ଓ ବିଜେପି ମଧ୍ୟରେ ଖୁବ ଅନ୍ତର ରହିଛି । ତଥାପି ସେ ଆଶା ଛାଡ଼ି ନାହାନ୍ତି । ଦିଲ୍ଲୀ ବିଜେପି ସଭାପତି ହୋଇଥିବାରୁ ହାରଜିତର ସମସ୍ତ ଦାୟିତ୍ୱ ନେଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତିର ପ୍ରଥମ ଦେଢ଼ ଘଂଟାରେ ହିଁ ଚିତ୍ର ସଷ୍ଟ ହୋଇଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମି ପାର୍ଟିକୁ ବହୁମତ ମିଳିସାରିଛି । କେବଳ ଘୋଷଣାକୁ ବାକି । ଆପ ଦୁଇ ତୃତୀୟାଂଶ ବହମୁତରେ ଆଗକୁ ବଢ଼ିଛି ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୋଟ ୭୦ଟି ଆସନରୁ ଆପ ୫୭ରେ ଓ ବିଜେପି ୧୩ ଟି ଆସନରେ ଆଗୁଆ ରହିଛି । ତେବେ ଗତଥର ଭଳି ଏଥରମଧ୍ୟ କଂଗ୍ରେସ ଖାତା ଖୋଲି ନପାରିବାର ଆଶଙ୍କା ରହିଛି । ସେପଟେଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଆପ୍ ସମର୍ଥକ  ‘ଅଲ ଦ ବେଷ୍ଟ’ ଲେଖିଛନ୍ତି । ଦଳ ପକ୍ଷରୁ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି, କେବଳ ଫଳାଫଳକୁ ଅପେକ୍ଷା ।  ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ହାତକୁ ଯିବ ଦିଲ୍ଲୀ । ରୋଡ଼୍ ସୋ’ କରିବା ପାଇଁ ଏକ ଖୋଲା ଜିପ୍ ପ୍ରସ୍ତୁତ କରାଯାଇଛି । ତେଣେ ଫଳାଫଳ ଆସିବା ପୂର୍ବରୁ ଆପ୍ କାର୍ୟ୍ୟାଳୟରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସମ୍ପୂର୍ଣ୍ଣ କାର୍ୟ୍ୟାଳୟକୁ ବେଲୁନରେ ସଜାଇଛନ୍ତି କାର୍ୟ୍ୟକର୍ତ୍ତା ।