କେଜ୍ରିୱାଲଙ୍କ ‘ବିଜୟ ରଥ‘ ପ୍ରସ୍ତୁତ : ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ, ରୋଡ଼୍ ସୋ ପାଇଁ ସଜା ଚାଲିଛି ଖୋଲା ଜିପ୍

572

କନକ ବ୍ୟୁରୋ : ପୁଣି ଦିଲ୍ଲୀରେ ସରକାର ଗଢ଼ିବେ କି ଅରବିନ୍ଦ କେଜ୍ରିୱାଲ ? ଦିଲ୍ଲୀର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆମ୍ ଆଦମି ପାର୍ଟିକୁ ବହୁମତ ମିଳିବାର ସ୍ପଷ୍ଟ ହୋଇଯାଇଛି । ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରି ସରକାର ଗଠନ ଲାଗି ମାତ୍ର ୩୬ଟି ଆସନ ଦରକାର ପଡ଼ୁଥିବା ବେଳେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଏଯାବତ୍ ମିଳିଥିବା ଟ୍ରେଣ୍ଡ୍ ଅନୁସାରେ ବହୁମତ ହାସଲ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ ।

ଟ୍ରେଣ୍ଡ ଅନୁସାରେ ଉଭୟ ଜାତୀୟ ଦଳ ଠାରୁ ଢ଼େରୁ ଆଗୁଆ ରହିଛି ଆପ୍ । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ ଆପ୍ ୫୩ଟି ଆସନରେ, ବିଜେପି ୧୬ଟି ଆସନ ଓ କଂଗ୍ରେସ ୧ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି । ଦିନ ୧୨ ଟା ସୁଦ୍ଧା ଦିଲ୍ଲୀ କାହା ହାତକୁ ଯିବ ସ୍ପଷ୍ଟ ହୋଯିବ । ଏବେ ୨୧ଟିକେନ୍ଦ୍ରରେ ଭୋଟ ଗଣତି ହେଉଛି । ପ୍ରାଥମିକ ଟ୍ରେଣ୍ଡକୁ ଦେଖି ଆପ୍ ଶିବିରରେ ଉତ୍ସବର ମାହୋଲ ।

 

ଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଅଲ ଦ ବେଷ୍ଟ ଲେଖିଛନ୍ତି ଆପ୍ ସମର୍ଥକ । ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । କେବଳ ଫଳାଫଳକୁ ଅପେକ୍ଷା । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ହାତକୁ ଯିବ ଦିଲ୍ଲୀ । ରୋଡ଼୍ ସୋ କରିବା ପାଇଁ ଏକ ଖୋଲା ଜିପ୍ ପ୍ରସ୍ତୁତ କରାଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ ଆପର ଅମାନୁତୁହ୍ଲା ଖାନ୍, ମନୀଷ ଶଶୋଦିଆ, ଅରବିନ୍ଦ କେଜ୍ରିୱାଲ ଆଗୁଆ ଅଛନ୍ତି । ଅନ୍ୟପଟେ କଂଗ୍ରେସର ଅରବିନ୍ଦର ସିଂହ ଲବଲୀ ପଛୁଆ ଅଛନ୍ତି ।

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ବିପୁଳ ବହୁମତ ହାସଲ କରିଥିଲା । ଦଳ ମୋଟ ୭୦ଟି ଆସନରୁ ୬୭ଟିରେ ଜିତିଥିଲା । ବିଜେପି ମାତ୍ର ୩ଟିରେ ଜିତିଥିବାବେଳେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା । ତେବେ ଟ୍ରେଣ୍ଡରୁ ସ୍ପଷ୍ଟ ଜଣାପଡ଼ୁଛି ଏଥର ବି ଦିଲ୍ଲୀରେ ସରକାର ଗଢ଼ିବ ଆପ୍ । ଫଳାଫଳ ଆସିବା ପୂର୍ବରୁ ଆପ୍ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ଅରବିନ୍ଦ କେଜ୍ରିୱାଲ । ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବେଲୁନରେ ସଜାଇଛନ୍ତି କାର୍ଯ୍ୟକର୍ତ୍ତା । କେବଳ ଘୋଷଣାକୁ ଅପେକ୍ଷା କରିଛନ୍ତି ଆପ୍ ଓ କେଜ୍ରିୱାଲ୍ ।