ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର : ଟାଇମସ ନାଓ ସର୍ଭେରେ ଆମ ଆଦମି ପାର୍ଟିକୁ ବହୁମତ ମିଳିବା ଆଶା, ୭୦ ଆସନରୁ ଦଳକୁ ୫୪ରୁ ୬୦ ଆସନ ଓ ବିଜେପିକୁ ୧୦ରୁ ୧୪ ଆସନ ଅନୁମାନ

677

କନକ ବ୍ୟୁରୋ : ଦିଲ୍ଲୀରେ ୮ତାରିଖରେ ବିଧାନସଭା ପାଇଁ ହେବ ଭୋଟ ଗ୍ରହଣ । ଏଥିପାଇଁ ଜମୁଛି ପ୍ରଚାର । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି । ଗତକାଲି ମୋଦି ପ୍ରଚାର କରିଥିଲେ । ସେପଟେ ଟାଇମସ ନାଓର ସର୍ଭେ ଅନୁସାରେ ଆମ ଆଦମି ପାର୍ଟିକୁ ପୁଣିଥିରେ ବହୁମତ ମିଳିବା ସମ୍ଭାବନା ରହିଛି । ମୋଟ ୭୦ ଆସନ ମଧ୍ୟରୁ ଆମ ଆଦମି ପାର୍ଟିକୁ ୫୪ରୁ ୬୦ ଆସନ ମିଳିବା ସମ୍ଭାବନା ଥିବାବେଳେ ବିଜେପିକୁ ୧୦ରୁ ୧୪ ଆସନ ମିଳିବା ସମ୍ଭାବନା ରହିଛି । କଂଗ୍ରେସକୁ ୨ଟି ଆସନ ମିଳିପାରେ ।

ସର୍ଭେ ଅନୁସାରେ, ଆମ ଆଦମି ପାର୍ଟିକୁ ୫୨ ପ୍ରତିଶତ, ବିଜେପିକୁ ୩୪ ପ୍ରତିଶତ ଓ କଂଗ୍ରେସକୁ ମାତ୍ର ୪ପ୍ରତିଶତ ଭୋଟ ମିଳିବା ସମ୍ଭାବନା ରହିଛି । ଦିଲ୍ଲୀରେ ଆସନ୍ତା ୬ ତାରିଖରେ ପ୍ରଚାର ସରିବା ପରେ ୮ତାରିଖରେ ଭୋଟଗ୍ରହଣ ହେବ । ୧୧ତାରିଖରେ ଗଣତି ହେବ । ପ୍ରଚାରରେ ଓଡିଶାରୁ ଯାଇଥିବା ନେତା ବି ସାମିଲ ହୋଇଛନ୍ତି ।