କଂଗ୍ରେସ ଜାରି କଲା ଘୋଷଣାପତ୍ର : ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା, ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେବାକୁ ପ୍ରତିଶ୍ରୁତି

517

କନକ ବ୍ୟୁରୋ : ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଭୋଟ୍ ପାଇଁ ଚାଲିଛି କସରତ । ନିର୍ବାଚନ ପାଇଁ ଏବେଠାରୁ ରାଜନୀତି ଉଷ୍ମ ହେବାରେ ଲାଗିଲାଣି । ର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ମୌକାକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନେତା । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଦିଲ୍ଲୀ ଅକ୍ତିଆର କରିବା ପାଇଁ ଜନତାଙ୍କ ନିକଟରତର ହେବାକୁ ଚେଷ୍ଟା କରୁଛନ୍ତି  । ଆମ ଆଦମି ପାର୍ଟି ଓ ବିଜେପି ପରେ ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରାଯାଇଛି ।

କଂଗ୍ରେସ ମାନିଫେଷ୍ଟୋ ଅନୁସାରେ ୩୦୦ ୟୁନିଟ୍ ମାଗଣା ବିଜୁଳି ସମେତ ବିଳୁଳି ବଂଚାଇଲେ କ୍ୟାସବ୍ୟାକ୍ ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଛି । ବେକାର ଯୁବବର୍ଗଙ୍କୁ ମାସିକ ବେରୋଜଗାରୀ ଭତ୍ତା ଦେବାକୁ ମଧ୍ୟ ଘୋଷଣା ହୋଇଛି । ଗ୍ରାଜୁଏଟଙ୍କୁ ମାସିକ ୫ ୦୦୦ ଟଙ୍କା ଏବଂ ପୋଷ୍ଟ ଗ୍ରାଜୁଏଟ୍ ବେକାର ଯୁବବର୍ଗଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା ପତ୍ରରେ କୁହାଯାଇଛି । କେବଳ ଏତିକି ନୁହେଁ ରାଜଧାନୀ ଦିଲ୍ଲୀରେ ୧୦୦ ଇନ୍ଦିରା କ୍ୟାଣ୍ଟିନ୍ ଖୋଲିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଏହି କ୍ୟାଣ୍ଟିନରେ ମାତ୍ର ୧୫ ଟଙ୍କାରେ ମିଳିବ ମିଲ୍ । ଆଉ ସବୁଠାରୁ ବଡ଼ କଥା ହେଲା ମହିଳାମାନେ ଚଳାଇଲେ ଏହି କ୍ୟାଣ୍ଟିନ୍ ।

source : WeForNews

ଦିଲ୍ଲୀରେ କଂଗ୍ରେସ ସରକାର ଗଢ଼ିଲେ ନାଗରିକତା ସଂଶଧୋନ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି କୁହାଯାଇଛି । ଘୋଷଣାପତ୍ରରେ କଂଗ୍ରେସ ଦର୍ଶାଇଛି ଦିଲ୍ଲୀର କଲୋନି ଗୁଡ଼ିକର ବିକାଶ ପାଇଁ ୫ ବର୍ଷରେ ୩୫ ହଜାର କୋଟି ଖର୍ଚ୍ଚ କରାଯିବ । ରାଜଧାନୀରେ ଥିବା ସମସ୍ତ ଝୁପୁଡ଼ି ଘରକୁ ପକ୍କାରେ ପରିଣତ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଛି । ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଏବଂ ଦଳୀୟ ସଦସ୍ୟ ଆନନ୍ଦ ଶର୍ମା ଓ ଅଜୟ ମାକେନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।