ଦୁର୍ଦ୍ଦଶାରେ ସୁବର୍ଣ୍ଣପୁର ଜିଲ୍ଲାର ୨୭ଟି ମନ୍ଦିର ! ପାଣ୍ଠି ଅଭାବରୁ ଭୋକିଲା ରହୁଛନ୍ତି ଠାକୁର, ଭୋଗ ନପାଇ ଫେରୁଛନ୍ତି ଶ୍ରଦ୍ଧାଳୁ

88

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ମନ୍ଦିର ଗୁଡ଼ିକର ଦୁର୍ଦ୍ଦଶା କହିଲେ ନସରେ । ପାଂଠି ଅଭାବରୁ ଠାକୁରଙ୍କ ପାଖରେ ଭୋଗ ଲାଗିପାରୁନାହିଁ । ଏଠାକୁ ଆସୁଥିବା ଭକ୍ତମାନେ ପ୍ରସାଦ ନପାଇ ଖାଲି ଫେରିବା ପାଇଁ ବାଧ୍ୟ ହେଉଛନ୍ତି । ବର୍ଷ ବର୍ଷ ଧରି ମନ୍ଦିରର ପୂଜାରୀମାନେ ମାଗଣାରେ ମନ୍ଦିରରେ ପୂଜା କରୁଛନ୍ତି । ଲିଖିତ ଅଭିଯୋଗ ହୋଇଥିଲେ ହେଁ ଏଯାଏଁ ସମସ୍ୟାରେ ସମାଧାନ ହୋଇପାରୁନାହିଁ ।

ସୁବର୍ଣ୍ଣପୁର ଜିଲ୍ଲାର ୨୭ଟି ମନ୍ଦିର ଏପରି ଦୁର୍ଦ୍ଦଶା ଦେଇ ଗତି କରୁଛି । ପାଖାପାଖି ୩୮୭ ଏକରର ଜମି ଥିବା ସହ ଠାକୁରଙ୍କୁ ସ୍ୱର୍ଣ୍ଣ ଆଭୂଷଣରେ ସଜାଯାଇଛି । ହେଲେ ଠାକୁରଙ୍କ ପାଖରେ ଭୋଗ ଲଗାଇବା ପାଇଁ ଟଙ୍କା ନାହିଁ । ପାଣ୍ଠି ଅଭାବରୁ ମନ୍ଦିର ଆସୁଥିବା ଭକ୍ତଙ୍କୁ ମିଳୁନି ପ୍ରସାଦ । ଯେଉଁଥିପାଇଁ ଜନଅସନ୍ତୋଷ ଦେଖାଦେଇଛି । ପୂଜାରୀଙ୍କ କହିବା ଅନୁସାରେ ମନ୍ଦିର ଚଳାଇବା ପାଇଁ ଦିନକୁ ମାତ୍ର ୧୦ ଟଙ୍କାରୁ ୪୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି । ଏହି ଟଙ୍କାରେ ପ୍ରସ୍ତୁତ ହେଉଥିବା ଭେଗା ଜଣେ ଭକ୍ତଙ୍କୁ ବି ଏହି ନିଅଂଟ । ମନ୍ଦିରର ଜମି ସବୁ ହଡପ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୂଜାରୀ ।

ସରକାରୀ ରିପୋର୍ଟ ଅନୁସାରେ ସୁବର୍ଣ୍ଣମେରୁ ମନ୍ଦିରର ୭୫.୦୮୪ ଏକର, ସୁରେସ୍ୱରୀ ୭.୪୨ ଏକର, ସମଲେଇ ମନ୍ଦିରର ୧୭୨.୯୩୯ ଏକର, ରାମେଶ୍ୱରୀ ମନ୍ଦିରର ୨.୮୧୦ ଏକର, ବୃନ୍ଦାବନ ବିହାରୀ ମନ୍ଦିରର ୩୦ ଏକର, ମାଣିକେଶ୍ୱର ମନ୍ଦିରର ୧୧.୯୮୦ ଏକର , କୋଲେଶ୍ବର ମହାଦେବ ମନ୍ଦିରର ୬୨.୭୧୦ ଏକର, ବୁଢ଼ୀ ସମଲେଇ ମନ୍ଦିରର ୫,୭୭୭୦ ଏକର ଜମି ରହିଛି । ମନ୍ଦିର ଗୁଡ଼ିକ ପାଖରେ ଏତେ ଜମି ଥିଲେ ବି ଠାକୁରଙ୍କ ପାଖରେ ଭୋ ଲଗାଇବା ପାଇଁ ଟଙ୍କା ନାହିଁ ।

ସୂଚନା ଅନୁସାରେ ଦେବୋତ୍ତର ବିଭାଗ ମାସକୁ ଜଗନ୍ନାଥ ମନ୍ଦିର ପାଇଁ ୧୦୦୦ ଟଙ୍କା, ସବୁର୍ଣ୍ଣମେରୁ ପାଇଁ ୧୨୦୦, ବୈଦ୍ୟନାଥ ପାଇଁ ୩୦୦ ଓ ବୃନ୍ଦାବଦ ବିହାରୀ ମନ୍ଦିର ପାଇଁ ୮୦୦ ଟଙ୍କା ଓ ହନୁମାନ ମନ୍ଦିର ପାଇଁ ୫୦୦ ଟଙ୍କା ଦେଉଛନ୍ତି । ଭକ୍ତଙ୍କ କଥା ଛାଡ଼ ଏତିକି ଟଙ୍କାରେ ଠାକୁରଙ୍କର ବେଳାଏ ଭୋଗ ପ୍ରସ୍ତୁତ କରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ଏଥିପାଇଁ ଲିଖିତ ଭାବେ ଅଭିଯୋଗ ମଧ୍ୟ କରାଯାଇଛି । ହେଲ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବର୍ଷ ବର୍ଷ ଧକି ପୂତାରୀ ମାନେ ବିନା ପାରିଶ୍ରମିକରେ ମନ୍ଦିରରେ ପୂଜା କରୁଛନ୍ତି । ଆଉ ଏକ ବଡ଼ କଥା ହେଲା ଠାକୁରଙ୍କ ଭୋଗ ପାଇଁ ପାଂଠି ନଥିବାରୁ ଭକ୍ତଙ୍କ ଠାରୁ ସାହାଯ୍ୟ ମାଗିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଜଣେ ମନ୍ଦିର ପୂଜାରୀ ।

ସୁବର୍ଣ୍ଣପୁରରେ ଛୋଟବଡ଼ ହୋଇ ୧୦୮ଟି ମନ୍ଦିର ରହିଛି । ବାରାଣାସି ପରେ ଏହାକୁ ଦ୍ୱିତୀୟ ପ୍ରୟାଗ କ୍ଷେତ୍ର ବୋଲି କୁହାଯାଏ । ହେଲେ ଦିନକୁ ଦିନ ରକ୍ଷଣାବେକ୍ଷଣ ଅଭାବରୁୁ ମନ୍ଦିର ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି । ସରକାର ଅଳ୍ପ କିଛି କାମ କରିଛନ୍ତି ।