ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସୋମବାର ସଂନ୍ଧ୍ୟାରେ ଋଷିକେଶ ପହଞ୍ଚି ପରମାର୍ଥ ନିକେତନ ଘାଟରେ ଗଙ୍ଗା ଆରତୀ କରିଛନ୍ତି । ବଲିଉଡ ଦିଭାଙ୍କୁ ଦେଖିବା ପାଇଁ ପରମାର୍ଥ ନିକେତନ ଘାଟରେ ପ୍ରଶଂସକଙ୍କ ଖୁବ ଭିଡ ଜମିଥଲା । ଦୀପିକା ପାଦୁକୋନ ସେଠାରେ ପ୍ରାୟ ୧ ଘଣ୍ଟା ପର୍ୟ୍ୟନ୍ତ ହୋମ ଓ ଗଙ୍ଗା ଆରତୀ କରିଥିଲେ ।
ସେ ନିଜ ପରିବାର ଲୋକଙ୍କ ସହ ଋଷିକେଶ ଯାଇଛନ୍ତି ବୋଲି ଜଣାପଡିଛି । ପକା ଋଷିକେଶରେ ପହଞ୍ଚି ପରମାର୍ଥ ନିକେତନର ସ୍ୱାମୀ ଚିଦାନନ୍ଦ ମୁନୀ ମହାରାଜ ଓ ସାଧ୍ୱୀ ଭଗବତୀଙ୍କ ସହ ଗଙ୍ଗା ସଂରକ୍ଷଣ ଉପରେ ମଧ୍ୟ ଚଚ୍ଚା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/wws.jpg)