ବଲିଉଡ ତାରକା ମାନଙ୍କରଙ୍କ ଆୟ କଥା ସମସ୍ତେ ଜାଣନ୍ତି । ସେମାନେ କୋଟି କୋଟି ଟଙ୍କା ଆୟ କରିବା ସହ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ କୋଟି କୋଟି ଟଙ୍କାର ଉପହାର ଦେଇଥାନ୍ତି । ବଲିଉଡ ଦିଭା ଦୀପିକା ପାଦୁକୋଣ ୪୦ କୋଟି ଟଙ୍କାର ଏକ ଫ୍ଲାଟ କିଣିଛନ୍ତି ଯାହାକୁ ସେ କେହି ଜଣେ ଅତି ଅନ୍ତରଙ୍ଗ ଲୋକଙ୍କୁ ଉପହାର ଦେବେ ବୋଲି ସୂଚନା ମିଳିଛି । ଦୀପିକା ରହୁଥିବା ବିଲ୍ଡିଙ୍ଗରେ ହିଁ ଫ୍ଲାଟଟି ଅବସ୍ଥିତ ।
ଦୀପିକା ପାଦୁକୋଣ ୨୦୧୦ ରେ ଏକ ଶାନଦାର ଘରର ମାଲିକାଣୀ ବନିଥିଲେ । ମୁମ୍ବାଇର ସବୁଠାରୁ ମହଙ୍ଗା ସ୍ଥାନରେ ୧୬ କୋଟି ଟଙ୍କାରେ ସେ ଏହି ଫ୍ଲାଟକୁ କିଣିଥିଲେ । ଏବେ ଦୀପିକା ନିଜ ଟାୱାରରେ ଆଉ ଏକ ଫ୍ଲାଟ ବୁକ କରିଛନ୍ତି । ଏହି ଫ୍ଲାଟ ଜଣେ ସ୍ୱତନ୍ତ୍ର ମଣିଷ ପାଇଁ କିଣିଛନ୍ତି ଦୀପିକା । ଯଦି ଆପଣ ଭାବୁଛନ୍ତି ଏହି ସ୍ୱତନ୍ତ୍ର ମଣିଷ ଜଣକ ହେଉଛନ୍ତି ରଣବୀର ସିଂ ତା ହେଲେ ଆପଣଙ୍କ ଧାରଣା ଭୂଲ । ଦୀପିକା ଏହି ଫ୍ଲାଟ ତାଙ୍କ ବାପା ପ୍ରକାଶ ପାଦୁକୋଣଙ୍କ ପାଇଁ କିଣିଛନ୍ତି ।
ଏହି ଫ୍ଲାଟ ପ୍ରକାଶ ପାଦୁକୋଣଙ୍କୁ ବହୁତ ପସନ୍ଦ ଆସିଛି ବୋଲି ଜଣା ପଡିଛି । ଫ୍ଲାଟଟି ସବୁଜିମାରେ ଭରପୁର ହେବା ସହ ଏଠାରେ ବ୍ୟାଡମିଣ୍ଟନ କୋର୍ଟ ମଧ୍ୟ ରହିଛି । ଏଥିପାଇଁ ଦୀପିକା ଏହି ଫ୍ଲାଟ ତାଙ୍କ ବାପାଙ୍କୁ ଉପହାର ଦେବା ପାଇଁ ମନସ୍ଥ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/p7.jpg)