କୌଳିକ ବୃତ୍ତି ହରାଇବା ଚିନ୍ତାରେ ଦୀପ କାରିଗର : ଚାଇନା ଦୀପର ବହୁଳ ବ୍ୟବହାରକୁ ନେଇ ଆଶା ଆଶଙ୍କାରେ କୁଚିଣ୍ଡା ଅଂଚଳର ଦୀପ କାରିଗର

817

କନକ ବ୍ୟୁରୋ : କୌଳିକ ବୃତ୍ତି ହରାଉଛନ୍ତି ଦୀପ କାରିଗର । ବଜାରର ଚାଇନା ଦୀପ ଏବଂ ପ୍ଲାଷ୍ଟିକ୍ ଦୀପର ବହୁଳ ବ୍ୟବହାରକୁ ନେଇ ଏବେ ଆଶା ଆଶଙ୍କାରେ ଦୀପ କାରିଗର । ଆଗକୁ ଆଲୋକର ପର୍ବ ଦୀପାବଳୀ ଆସୁଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ବାଧ୍ୟବାଧକତାରେ ଦୀପ ତିଆରି କରୁଛନ୍ତି ସମ୍ବଲପୁର କୁଚିଣ୍ଡା ଅଂଚଳର ଦୀପ କାରିଗର ।

 

ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳୀ । ଏହି ଆଲୋକର ପର୍ବ ଦୀପାବଳୀରେ ଦୀପର ରହିଥାଏ ନିଆରା ଚାହିଦା । ଏହି ଚାହିଦାକୁ ଦୃଷ୍ଟିରେ ରଖି  ମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର କୁମ୍ଭାର ପରିବାର ମାଟି ଦୀପ ଏବଂ ବିଭିନ୍ନ ସାମଗ୍ରୀ ତିଆରି କରିବାରେ ଲାଗିଛନ୍ତି  । ତେବେ ବଜାରକୁ ଚାଇନା ଦୀପ ଆସିବା ପରେ ଏହି ମାଟି ଦୀପର ଚାହିଦା କମୁଥିବାରୁ ନିଜର କୌଳିକ ବୃତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କାରିଗର ।

 

ଅନ୍ଧାରରୁ ଆଲୋକ ଦେଇଥାଏ ଦୀପ । କାହିଁ କେଉଁ କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ଦୀପର ରହିଛି ସ୍ୱତନ୍ତ୍ର ପରିଚୟ । ତେବେ ପୂଜାପର୍ବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଓଡ଼ିଆ ଘରେ ଏହି ମାଟି ଦୀପର ଖୋଜା ପଡିଥାଏ । ହେଲେ ଏହି ମାଟି ଦୀପ ଯୋଗାଉଥିବା କୁମ୍ଭକାର ପରିବାରର କୌଳିକ ବୃତି ସଂକଟରେ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ ଓ ବୁଦ୍ଧିଜୀବି ।