କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ପୁଣିଥରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ୧୯ ତାରିଖ ବେଳକୁ ଏହି ଘୁର୍ଣ୍ଣିବଳୟ ଲଘୁଚାପ ବଳୟରେ ପରିଣତ ହେବ । ଫଳରେ ପୁଣିଥରେ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିସାରିଛି । ତେଣୁ ଆସନ୍ତା ୪୮ ଘଣ୍ଟା ପର୍ଯର୍୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ରହିଥିବାରୁ ତାହା ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବ । ୧୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସେଭଳି ବର୍ଷା ନାହିଁ। ଏହାପରେ କିନ୍ତୁ ପାଗରେ ପରିବର୍ତନ ଘଟିବ ।
ଅନ୍ୟପକ୍ଷରେ ଗତ ୩୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଛି । ଶୁକ୍ରବାର ରାତିରେ ଏଠାରେ ୩୩.୯ ମିମି ବର୍ଷା ହୋଇଥିବା ବେଳେ ଆଜି ଦିନ ସମୟରେ ହାଲକା ବର୍ଷା ହୋଇଥିଲା । ଏହି ସମୟ ମଧ୍ୟରେ ପୁରୀରେ ୩୨, ସୋନପୁରରେ ୨୫, ହୀରାକୁଦରେ ୧୬.୯, ବାରିପଦାରେ ୧୩.୪, ଢ଼େଙ୍କାନାଳରେ ୧୨ ମିମି ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/rain-keralajpg.jpg)
/kanak/media/post_attachments/wp-content/uploads/2018/08/heavy-rains-9jul18-11-300x200.jpg)
/kanak/media/post_attachments/wp-content/uploads/2018/07/Maharashtra-rain-300x169.jpg)