କନକ ବ୍ୟୁରୋ : ବ୍ୟଭିଚାର ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ବିବାହ ପରେ ଶାରୀରିକ ସମ୍ବନ୍ଧ ରଖିବା ଅପରାଧ ନୁହେଁ । ଅର୍ଥାତ୍ ପରକୀୟା ପ୍ରୀତି ଅପରାଧ ନୁହେଁ । ଏହା ସହିତ ୧୫୭ ବର୍ଷ ଧରି ଚଳିଆସୁଥିବା ପୁରୁଣା ବ୍ୟଭିଚାର ଆଇନକୁ ଅସିଦ୍ଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ପରକୀୟା ପ୍ରୀତି ବା ବ୍ୟଭିଚାରକୁ ଅପରାଧ ବିବେଚନା କରାଯାଉଥିବା ଆଇପିସି ଧାରା ୪୯୭କୁ ଅସାମ୍ବିଧାନିକ କହିଛନ୍ତି ଖଣ୍ଡପୀଠ । ଉଦାହରଣ ଦେଇ ମୁଖ୍ୟ ବିଚାରପତି କହିଛନ୍ତି ଚୀନ, ଜାପାନ ଓ ବ୍ରାଜିଲରେ ଏହା ଅପରାଧ ନୁହେଁ ।
ସେହିପରି କୋର୍ଟ କହିଛନ୍ତି ସମାଜ ଚାହିଁବା ଅନୁସାରେ ମହିଳାଙ୍କୁ ଚିନ୍ତା କରିବାକୁ କୁହାଯାଇପାରିବ ନାହିଁ । ଧାରା ୪୯୭ ମହିଳାଙ୍କୁ ସମାନ ଅଧିକାର ଦିଏ ନାହିଁ । ମହିଳାଙ୍କ ସମ୍ମାନ ସବୁଠାରୁ ଉର୍ଦ୍ଧରେ । ତେଣୁ ମହିଳାଙ୍କ ସହ ଖରାପ ବ୍ୟବହାର ଅସାମ୍ବିଧାନିକ । ଅଗଷ୍ଟ ୯ତାରିଖରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ୫ଜଣିଆ ସାମ୍ବିଧାନିକ ପୀଠ । ତେବେ ପରକିୟା ପ୍ରୀତି ପ୍ରମାଣିତ ହେଲେ ଛାଡପତ୍ର ଦେଇପାରିବେ ବୋଲି କହିଛନ୍ତି କୋର୍ଟ । ଯଦି ଏଥିଯୋଗୁଁ ଜୀବନସାଥିଙ୍କ ସମ୍ପର୍କ ଯୋଗୁଁ ଯଦି ପତିପତ୍ନୀଙ୍କ ମଧ୍ୟରୁ କେହି ଆତ୍ମହତ୍ୟା କରନ୍ତି ଏବଂ ତାହା ପ୍ରମାଣିତ ହୋଇ ଯାଏ ତେବେ ଏହାକୁ ଆତ୍ମହତ୍ୟାର କାରଣ ବୋଲି ଧରାଯିବ।ଆଇପିସି ଧାରା ୪୯୭ ଅନୁଯାୟୀ ପରକିୟା ପ୍ରୀତି ରଖିଲେ କେବଳ ପୁରୁଷ ମାନଙ୍କୁ ଅପରାଧୀ ବିବେଚନା କରାଯାଉଥିଲା । ଏହା ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ।
/kanak/media/post_attachments/wp-content/uploads/2018/09/supreme-court-7591-300x167.jpg)
ପତି ପତ୍ନୀଙ୍କ ମାଲିକ ନୁହନ୍ତି ବୋଲି ବ୍ୟଭିଚାର ମାମଲା ଶୁଣାଣି ବେଳେ ଗୁରବାର ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି । ଅସମାନତା ସମ୍ପର୍କରେ ଆଲୋଚନା କରି ସେ କହିଲେ ଯେ ମହିଳାଙ୍କ ପ୍ରତି ଅସମାନତା ଆଚରଣ କରାଉଥିବା ଯେ କୌଣସି ଆଇନ ବ୍ୟବସ୍ଥା ସାମ୍ବିଧାନିକ ନୁହେଁ । ବ୍ୟଭିଚାର ଆଇନ୍କୁ ଚାଲେଞ୍ଜ୍ କରି ଆଗତ ଆବେଦନ ଉପରେ ନିଜର ରାୟ ପଢ଼ି ଶୁଣାଇବା ବେଳେ ସେ କହିଲେ, ଗଣତନ୍ତ୍ରର ଅତି ସୁନ୍ଦର କଥାଟି ହେଉଛି ମୁଁ, ତୁମେ ଓ ଆମ୍ଭେମାନେ।
୫ ଜଣିଆ ବିଚାରପତି ସମ୍ବଳିତ ଖଣ୍ଡପୀଠର ଏକ ଅଂଶ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଏ ଏମ୍ ଖାନ୍ଓ୍ଵିଲକର୍ ବ୍ୟଭିଚାରକୁ ଅପରାଧ ବିବେଚନା କରୁଥିବା ଆଇପିସି ଧାରା ୪୯୭କୁ ଖାରଜ କରିଛନ୍ତି । ଏହି ଧାରା ଅନୁସାରେ ସହମତି ବିନା ପର ସ୍ତ୍ରୀ ସହ ଦୈହିକ ସମ୍ପର୍କ ରଖିଥିବା ବିବାହିତ ପୁରୁଷ ପ୍ରତି ଦଣ୍ଡବିଧାନ କରିଥାଏ । ବ୍ୟଭିଚାର ଛାଡ଼ପତ୍ର ପାଇଁ ଗୋଟିଏ କାରଣ ହୋଇପାରେ, କିନ୍ତୁ ଅପରାଧ ନୁହେଁ ।