ବିଜେପି ଟାର୍ଗେଟରେ ବିଜୁଙ୍କ ଫଟୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ବାବୁଙ୍କ ଫଟୋ ଲାଗିବା ନେଇ ମୁହାଁମୁହିଁ ଶାସକ-ବିରୋଧୀ, ମନ୍ତ୍ରୀ ଓ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ ଦଳର ନେତା

416

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁବାବୁଙ୍କ ଲୋଗୋ ଲାଗିବା ନେଇ ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ପରେ ଆରମ୍ଭ ହୋଇଥିଲା ବୟାନବାଜି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱେବସାଇଟ୍ । ଯେଉଁଥିରେ ରହିଛି ବିଜୁ ବାବୁଙ୍କ ଫଟୋ । ଏହାକୁ ନେଇ ବିଧାନସଭାରେ ହଙ୍ଗାମା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ବାବୁଙ୍କ ଫଟୋ ଲାଗିବ କି ନାହିଁ, ତାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉତର ଓ ବାଚସ୍ପତିଙ୍କ ରୁଲିଂ ଦାବି କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି । ସେପଟେ ବିଜେଡି କହିଛି, ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରୁଥିବା ବେଳେ କାହିଁକି ବିଜୁଙ୍କ ଫଟୋ ଲାଗିବ ନାହିଁ ।

କଂଗ୍ରେସ ସରକାର ସମୟରେ ରାଜ୍ୟକୁ ଅନୁଦାନ ୯୦-୧୦ ଭାଗରେ ଆର୍ଥିକ ଅନୁଦାନ ଆସୁଥିଲା । ପରେ ଏହା ୬୦-୪୦ ହିସାବକୁ ବଦଳିଯାଇଛି । ଏହି ପକ୍କା ଘର କଳିକୁ ନେଇ କିଛି ଦିନ ପୂର୍ବରୁ ବିଜେପି ସାଂସଦ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ ।