ଦେଶରେ ୨୯,୪୩୫ରେ ପହଞ୍ଚିିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବର୍ତ୍ତମାନ ସୁଦ୍ଧା ୯୩୪ ମୃତ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ସଙ୍ଗୀନ

Advertisment
ଦେଶରେ ୨୯,୪୩୫ରେ ପହଞ୍ଚିିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବର୍ତ୍ତମାନ ସୁଦ୍ଧା ୯୩୪ ମୃତ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ସଙ୍ଗୀନ

କନକ ବ୍ୟୁରୋ : ଦେଶରେ ବଢ଼ୁଛି କରୋନା କାୟା । ଭାରତରେ କରୋନା ସଂକ୍ରମଣର ବେଗ ତୀବ୍ର ହେବାରେ ଲାଗିଛି । ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯,୪୩୫ରେ ପହଞ୍ଚିଯାଇଛି । ଆଜି ଜାରି ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ଭାଇରସ୍ ସଂକ୍ରମଣର ଏବେ ସୁଦ୍ଧା ୯୩୪ ଲୋକ ପ୍ରାଣ ହରାଇଛନ୍ତି ।

ବିଗତ ୨୪ ଘଣ୍ଟାରେ କରୋନାର ନୂଆ ୧୫୪୩ ମାମଲା ସାମ୍ନାକୁ ଆସିଛି ଏବଂ ୬୨ ଲୋକଙ୍କର ମୃତ୍ୟୁ ହୋଇଛି । ମାତ୍ର ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୬୮୬୯ ସୁସ୍ଥ ହୋଇ ସାରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକଡାଉନରେ ରହିଛି । ୩ ମେ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ତେବେ ଏପରି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ଜନତାଙ୍କ ସହ ସରକାର ଚିନ୍ତାରେ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୧୮୩ ), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୩୪୫ ), ଚଣ୍ଡିଗଡ଼ (୪୦), ଛତିଶଗଡ଼ (୩୭), ଦିଲ୍ଲୀ (୩୧୦୮), ଗୋଆ (୭), ଗୁଜରାଟ (୩୫୪୮), ହରିୟାଣା (୨୯୬), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୪୬), ଝାଡ଼ଖଣ୍ଡ (୮୨) କର୍ଣ୍ଣାଟକ (୫୧୨), କେରଳ (୪୮୧), ଲଦାଖ (୨୦), ମଧ୍ୟପ୍ରଦେଶ (୨୧୬୮), ମହାରାଷ୍ଟ୍ର (୮୫୯୦), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୧୮), ପୁଦ୍ଦୁଚେରୀ (୮), ପଞ୍ଜାବ (୩୧୩), ରାଜସ୍ଥାନ (୨୧୬୨ ), ତାମିଲନାଡୁ (୧୯୩୭), ତେଲେଙ୍ଗାନା (୧୦୦୪), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୧ ), ଉତ୍ତରପ୍ରଦେଶ (୧୯୫୫) ଓ ପଶ୍ଚିମବଙ୍ଗ (୬୯୭) ରହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe