ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ : ମୁମ୍ବାଇରୁ ଫେରି ୨୯ ତାରିଖରୁ ଥିଲେ କ୍ୱାରେଣ୍ଟିନରେ, ଅସୁସ୍ଥ ହେବା ପରେ ରୋଗୀ ନେବାକୁ ମନା କଲା ଆମ୍ବୁଲାନ୍ସ, ବାଇକରେ ଆଣିଲେ ଡାକ୍ତରାଖାନା

675

କନକ ବ୍ୟୁରୋ : ସଙ୍ଗରୋଧ କେନ୍ଦ୍ରରେ ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳରେ । ଖବର ଅନୁସାରେ, ଖଇରା ଥାନା ଅଂଚଳର ଜଣେ ଯୁବକ ମୁମ୍ବାଇରେ ଗତ କିଛି ଦିନ ହେଲା କାମ କରୁଥିଲେ । ଗତ ୨୭ ତାରିଖରେ ସେ ମୁମ୍ବାଇରୁ ଫେରି ୨୯ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ ।

ମାତ୍ର ଗତକାଲି ରାତିରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲେ । ତେବେ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ ଅସୁସ୍ଥ ଯୁବକଙ୍କୁ ଡାକ୍ତରଖାନା ନେବାକୁ ମନାକରିଦେଇଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ବାଇକ ଯୋଗେ ସଂପୃକ୍ତ ଯୁବକଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ଚିକିତ୍ସା କରୁଥିବାବେଳେ ଯୁବକର ମୃତ୍ୟୁ ହୋଇଛି ।