କନକ ବ୍ୟୁରୋ : ରେକର୍ଡ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ପ୍ରଥମ ଥର ରାଜଭବନ ବାହାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୋଇଥିଲା ଶପଥ ସମାରୋହ । ନବୀନଙ୍କ ସହ ନବୀନ ମନ୍ତ୍ରୀମଣ୍ଡଳ ବି ଆଜି ଶପଥ ନେଇଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ ସାହୁ ,ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ, ନବକିଶୋର ଦାସ, ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଏହାସହ ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡା, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ରଘୁନନ୍ଦନ ଦାସ ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଓ ପ୍ରେମାନନ୍ଦ ନାୟକ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ କରିଛନ୍ତି । ନବୀନ ପଟ୍ଟନାୟକ ତାଙ୍କ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଛନ୍ତି । ମନ୍ତ୍ରୀଙ୍କୁ ବିଭିନ୍ନ ଦାୟିତ୍ୱ ବଂଟନ ହୋଇଛି ।
କ୍ୟାବିନେଟ୍ ପାହ୍ୟା . . . .
ରଣେନ୍ଦ୍ର ପ୍ରତାପ ସ୍ୱାଇଁ - ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ
ବିକ୍ରମ କେଶରୀ ଆରୁଖ - ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
ପ୍ରଫୁଲ୍ଲ ମଲ୍ଲିକ - ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, ଗୃହ ବିଭାଗର ରାଜ୍ୟପାହ୍ୟା ଦାୟିତ୍ୱ
ନିରଂଜନ ପୂଜାରୀ - ଅର୍ଥ ଓ ଅବକାରୀ ବିଭାଗ
ପଦ୍ମନାଭ ବେହେରା - ବାଣିଜ୍ୟ-ପରିବହନ, ଯୋଜନା ଓ ସମନ୍ୱୟ ବିଭାଗ
ପ୍ରତାପ ଜେନା - ପଂଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
ଅରୁଣ ସାହୁ - କୃଷି, ମତ୍ସ୍ୟ, ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ
ସୁଦାମ ମାରାଣ୍ଡି - ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ
ସୁଶାନ୍ତ ସିଂ - ଗ୍ରାମ୍ୟ ଉନ୍ନୟନ ଶ୍ରମ ବିଭାଗ
ନବ କିଶୋର ଦାସ - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଟୁକୁନି ସାହୁ - ମହିଳା ଓ ଶିଶୁ ବିକାଶ ବିଭାଗ
ନବୀନ ପଟ୍ଟନାୟକ - ଗୃହ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ
ରାଷ୍ଟ୍ରମନ୍ତ୍ରୀ ପାହ୍ୟା
ସମୀର ରଂଜନ ଦାସ - ସ୍କୁଲ ଓ ଗଣଶିକ୍ଷା ବିଭାଗ
ଅଶୋକ ପଣ୍ଡା - ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଭିନ୍ନକ୍ଷମ ବିଭାଗ
ଦିବ୍ୟଶଙ୍କର ମିଶ୍ର - ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ବିଭାଗ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ - ପର୍ଯ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି ବିଭାଗ
ଜଗନ୍ନାଥ ସାରକା - ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗ
ପଦ୍ମିନୀ ଦିଆନ୍ - ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ
ରଘୁନନ୍ଦନ ଦାସ - ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
ତୁଷାରକାନ୍ତି ବେହେରା - କ୍ରୀଡ଼ା, ଯୁବ ବ୍ୟାପାର , ସୂଚନା ପ୍ରଯୁକ୍ତି ବିଦ୍ୟା
ପ୍ରେମାନନ୍ଦ ନାୟକ - ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ
ମନ୍ତ୍ରୀ ବିଭାଗ ବଣ୍ଟନ: କେଉଁ ବିଧାୟକଙ୍କୁ ମିଳିଲା କେଉଁ ବିଭାଗ ଦେଖନ୍ତୁ ପୁରା ତାଲିକା #Politics#NewOdishaNabinaOdisha#BJDpic.twitter.com/9QDCNI6nng
— Kanak News (@kanak_news) May 29, 2019