କନକ ବ୍ୟୁରୋ : କରୋନା ମାରିଦେଲା ମାନବିକତା । କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ପରେ ଓଡିଶାରୁ ଆସିଛି ଶବସତ୍କାରର ଏକ ହୃଦୟ ବିଦାରକ ଚିତ୍ର । ଆମ୍ବୁଲାନ୍ସରୁ ମଶାଣୀକୁ ନେବା ପାଇଁ କାନ୍ଧ ନମିଳିବାରୁ ଟାଣି ଟାଣି ଶବ ନେଲେ ସଂପର୍କୀୟ । ଘଟଣାଟି ଘଟିଛି ଗଂଜାମ କବିସୂର୍ଯ୍ୟନଗରରେ । ଜ୍ୱରରେ ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିନଥିଲେ ଗାଁ ଲୋକେ । କବିସୂର୍ଯ୍ୟନଗର ଖରଡା ସାହିର ଜଣେ ଯୁବକ ଗଲା ଦଶ ଦିନ ହେଲା ଜ୍ୱରରେ ପିଡିତ ହୋଇଥିବାବେଳେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତରିତ କରାଯାଇଥିଲା ।
ତେବେ ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କ ଶବକୁ ତାଙ୍କ ସାହିକୁ ଫେରାଇ ନିଆଯାଉଥିଲା । ହେଲେ କରୋନା ଭୟରେ କେହି ଶବ ପାଖକୁ ଆସିନଥିଲେ । ଫଳରେ ସମ୍ପର୍କୀୟ ତାଙ୍କୁ ଟାଣି ଟାଣି ନେଇଥିଲେ । ଶେଷରେ ପୋଲିସ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ନଦୀ ତଟରେ ଶବକୁ ପୋତି ଦିଆଯାଇଥିଲା । ଏପରିକି ସଂସ୍କାର ହେବା ପାଇଁ ମଧ୍ୟ ସାହି କୁଟୁମ୍ବ ମଧ୍ୟ କେହି ଆସିନଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/20.jpg)