ଫାଶୀ ଟାଳିବାକୁ ପ୍ରୟାସ : ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲା ପୱନ ଗୁପ୍ତା

457

କନକ ବ୍ୟୁରୋ : ଫାଶୀ ଟାଳିବାକୁ ଅଭିଯୁକ୍ତଙ୍କ ପ୍ରୟାସ । ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖିବାକୁ ମିଳିଛି । କୋର୍ଟରେ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଯୁକ୍ତି ଉପସ୍ଥାପନ କରୁଛନ୍ତି । ଫାଶୀ ଦଣ୍ଡ ଅପକ୍ଷୋରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ପୱନ ଗୁପ୍ତା ଯାଇଛି ସୁପ୍ରିମକୋର୍ଟ । ପୱନ ସୁପ୍ରିମକୋର୍ଟରେ ପୁନଃବିଚାର ଯାଚିକା ଦାୟର କରିଛି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ନାବାଳକ ଥିବା ଦର୍ଶାଇ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି । ଜାରି ହୋଇଥିବା ମୃତ୍ୟୁ ପରୱାନାକୁ ବି ଖାରଜ କରିବାକୁ ଆବେଦନ କରିଛି ପବନ । ପୂର୍ବରୁ ନିଜକୁ ନାବାଳକ ଦର୍ଶାଇଥିଲା ପବନ । ଆଉ ସେହି ପିଟିସନକୁ ଖାଜର କରିଥିଲେ ସୁପ୍ରିମକୋର୍ଟରେ । ଆଉ ଏବେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛି ପୱନ ଗୁପ୍ତା । ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦଣ୍ଡ ନେଇ ଘୋଷଣା ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଆଇନର ଖେଳ ଖେଳୁଛନ୍ତି ଦୋଷୀ ।

ସେପଟେ ଆସନ୍ତାକାଲି ନିର୍ଭୟା ଦୋଷୀଙ୍କ ଫାଶୀ ଦିଆଯିବ ନା ନାହିଁ । ଏନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଆଜି ଦୂର ହୋଇଯିବ । ଆଜି ଜଣାପଡିଯିବ ଫେବ୍ରୁଆରୀ ୧ ତାରିଖରେ ସକାଳ ୬ଟାରେ ୪ ଦୋଷୀ ଫାଶୀ ଖୁଂଟରେ ଝୁଲିବେ ନା ପୁଣି ଫାଶୀ ତାରିଖ ଟଳିବ । କାରଣ ୪ ଦୋଷୀ ଫାଶି ଦଣ୍ଡ ଉପରେ ରୋକ ଲଗାଇବାକୁ ପଟିଆଲା ହାଉସ କୋର୍ଟରେ ଅପିଲ କରିଛନ୍ତି । ତାଙ୍କ ନ୍ୟାୟିକ ବିକଳ୍ପ ଶେଷ ହୋଇନଥିବାରୁ ଫାଶୀ ଉପରେ ରୋକ ଲଗାଇବାକୁ ତାଙ୍କ ଓକିଲ ଏପି ସିଂ ଆବେଦନ କରିଛନ୍ତି । ଆଜି ଏହାର ଶୁଣାଣି କରିବେ ପଟିଆଲା ହାଉସ କୋର୍ଟ ।

୪ ଜଣ ଦୋଷୀ ମୁକେଶ ସିଂ, ପୱନ ଗୁପ୍ତା, ବିନୟ କୁମାର ଶର୍ମା ଏବଂ ଅକ୍ଷୟ କୁମାର ଠାକୁରଙ୍କୁ ୧ ତାରିଖରେ ଫାଶୀ ଦିଆଯିବ ନା ପୁଣି ନୂଆ ତାରିଖ ଦିଆଯିବ, ସେନେଇ ରାୟ ଶୁଣାଇବେ ଦିଲ୍ଲୀ କୋର୍ଟ । ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ ହୋଇଥିବା ବେଳେ ଡେଥ୍ ୱାରେଂଟ୍ ଉପରେ ରୋକ୍ ଲଗାଇବାକୁ ବିରୋଧ କରୁଛନ୍ତି ତିହାର ଜେଲ୍ କର୍ତୃପକ୍ଷ । ବୁଧବାର ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା । ସେପଟେ ଫାଶୀରୁ ବଂଚିବା ପାଇଁ ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଥିଲା । ତେବେ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ । ତେବେ ଅକ୍ଷୟ  ପାଇଁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନର ବାଟ ଖୋଲାରହିଛି ।