ମୁମ୍ବାଇର ମେହବୁବ ଷ୍ଟୁଡିଓରେ ଏବେ ଶ୍ରଦ୍ଧା କପୁରଙ୍କ ଆଗାମୀ ସିନେମା ‘ହସିନା’ର ସୁଟିଂ ଚାଲିଛି । ଅପୂର୍ବ ଲକ୍ଷିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମା କୁଖ୍ୟାତ ଡନ ଦାଉଦଙ୍କ ଭଉଣୀ ହସିନା ପାର୍କରଙ୍କ ଜୀବନ କାହାଣୀ ଉପରେ ଆଧାରିତ । ବୁଧବାର ଦିନ ଅପ୍ରତ୍ୟାଶିତ ଭାବେ ଦାଉଦଙ୍କ ପରିବାର ଲୋକ ରିଲ ଲାଇଫ ହସିନାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ସୁଟିଂ ସେଟରେ ।
ସୁଟିଂ ସେଟରେ ସେମାନଙ୍କୁ ଦେଖି ଶ୍ରଦ୍ଧା ଚିନ୍ତାରେ ପଡି ଯାଇଥିଲେ । କିନ୍ତୁ ସେମାନଙ୍କର ଆସିବା ପଛର ପ୍ରକୃତ କାରଣ ଜାଣି ଶ୍ରଦ୍ଧା ପ୍ରକୃତିସ୍ଥ ହୋଇଥିଲେ । ହସିନାଙ୍କର କିଛି ବ୍ୟକ୍ତିଗତ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ସେମାନେ ଉପହାର ଦେଇଛନ୍ତି ଶ୍ରଦ୍ଧାଙ୍କୁ ।
ଏହାସହ ସେମାନେ ତାଙ୍କ ବାପାଙ୍କର ବି କିଛି ଫଟୋ ଶେୟାର କରିଛନ୍ତି ଅଙ୍କୁର ଭାଟିଆଙ୍କ ସହ, ଯିଏ ହସିନାଙ୍କ ଅନସ୍କ୍ରିନ ସ୍ୱାମୀ ଭୂମିକାରେ ଅଭିନୟ କରୁଛନ୍ତି । ଏହିି ସିନେମାରେ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ଭାଇ ସିଦ୍ଧାନ୍ତ କପୁର ଡନ ଦାଉଦ ଭୂମିକାରେ ଅଭିନୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/000000.jpg)