ବିନା ପାସୱର୍ଡ଼ରେ ଖୋଲିବ ଇମେଲ ଆକାଉଂଟ ! ଡାଟା ଏକ୍ସଜେନ୍ ଲଂଚ କଲା ନୂଆ ଇମେଲ ସର୍ଭିସ

53

ଡାଟା ଏକ୍ସଜେନ୍ ଟେକ୍ନୋଲୋଜି ଲିମିଟେଡ଼୍ ଏକ ନୂତନ ସେବା ଡାଟାମେଲ ଲଂଚ କରିଛି । ଏହି ନୂତନ ସେବା ଅନୁସାରେ ଇମେଲକୁ ଲଗ ଇନ୍ କରିବା ପାଇଁ ୟୁଜରଙ୍କୁ ନାଁ ଓ ପାସୱର୍ଡ଼ ଦରକାର ନାହିଁ । ଇମେଲ ସେବାକୁ ଆପଙ୍କ ଫୋନରେ ଟୋକନ ନମ୍ବର ସହ ଆକସେସ୍ କରାଯାଇପାରିବ । ଯାହା ୨୦ ସେକେଣ୍ଡ ପାଇଁ ବୈଧ ରହିବ ।

କିପରି ଖୋଲିବ ଇମେଲ ଆକାଉଂଟ ?

ସର୍ବପ୍ରଥମେ ଆପଣ ନିଜ ଡିଭାଇସରେ ଡାଟାମେଲ ଆପ୍ ଖୋଲନ୍ତୁ । ଆଉ ତା’ପରେ ନିଜ ମୋବାଇଲ ନମ୍ବର ଦିଅନ୍ତୁ । ଆଉ ତା’ପରେ ତୁରନ୍ତ ନିଜର ଇମେଲ ସେବାରେ ଲଗ ଇନ୍ କରିବା ପାଇଁ ଟୋକନ୍ ନମ୍ବର ମିଳିବ । ଏପରିସ୍ଥଳେ ଅନ୍ୟ ଇମେଲ ସେବା ଯୋଗାଣକାରୀ ସଂସ୍ଥା ମୋବାଇଲ ନମ୍ବରରେ ଓଟିପି ପାଇବା ପାଇଁ ୟୁଜରଙ୍କ ନାମ ମାଗନ୍ତି । କିନ୍ତୁ ଡାଟାମେଲ ସହ ୟଜୁରଙ୍କୁ ନାମ ଓ ପାସୱର୍ଡ଼ର କୌଣସି ଆବଶ୍ୟକତା ନାହିଁ ।

ଡାଟା ଏକ୍ସଜେନର ପ୍ରତିଷ୍ଠାତାଙ୍କ ଅନୁସାରେ ଆପଣ ଟୋକନ୍ ନମ୍ବର ନେବା ପାଇଁ ଡାଟାମେଲ ଆପକୁ ଉପଯୋଗ କରିପାରିବେ, ଯାହା ମାତ୍ର ୨୦ ସେକେଣ୍ଡ ପାଇଁ ବୈଧ ହେବ । ଆଉ ସେହି ଅବଧି ଭିତରେ ଉକ୍ତ ନମ୍ବରରେ କି ରଖିବା ପାଇଁ ପଡ଼ିବ । ଯାହାପରେ ଆପଣଙ୍କୁ ଇମେଲ ଆକାଉଂଟ ଖୋଲିଯିବ । ସେ ଦାବି କରିଛନ୍ତି ଏହି ସେବା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ।

ପାସୱାର୍ଡ଼କୁ ମନେ ରଖିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା । ଏହାସହ ହ୍ୟାକର୍ସ ପାସୱର୍ଡ଼ ଜରିଆରେ ଆପଣଙ୍କ ଇମେଲ ଆକସେସ୍ କରିପାରନ୍ତି । ଏପରି ହେଲେ ଆପଣଙ୍କ ଇମେଲ ରେକର୍ଡ଼ ଚୋରି ହୋଇପାରେ । କିନ୍ତୁ ଡାଟା ଏକ୍ସେଜେନର ପ୍ରତିଷ୍ଠାତା ଅଜୟଙ୍କ ଅନୁସାରେ ଡାଟାମେଲ ସେବା ଦ୍ୱାରା ଇମେଲ ଖୋଲିଲେ ହ୍ୟାକର୍ସ ମଧ୍ୟ ଆପଣଙ୍କ ପାସୱର୍ଡ଼ ଜାଣିପାରିବେ ନାହିଁ ।