ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷର ଦ୍ୱିତୀୟା ତିଥିରେ ଓଡିଶାର ସମସ୍ତ ପୂରପଲ୍ଲୀରେ ପାଳିତ ହୋଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହା ଓଡିଶାର ଏକ ବଡ ପର୍ବ । ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ବାହାରକୁ ଚାଲିଆସନ୍ତି ଭକ୍ତଙ୍କୁ ଦର୍ଶନ ଦେବାପାଇଁ । ସେଥିପାଇଁ ରଥଯାତ୍ରାକୁ କେବଳ ଭାରତବର୍ଷରେ ନୁହେଁ ବରଂ ସଂପୂର୍ଣ୍ଣ ବିଶ୍ୱର ସବୁଠାରୁ ବିଶାଳ ଏବଂ ମହତ୍ୱପୂର୍ଣ୍ଣ ଧାର୍ମିକ ଉତ୍ସବମାନଙ୍କରେ ଗୋଟିଏ ବୋଲି ବିଚାର କରାଯାଇଛି । ତେବେ ଏହି ପବିତ୍ର ରଥଯାତ୍ରାକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ।
Source:rgyan.comଦାସିଆ ବାଉରୀ ଜଣେ ଗରିବ, ଅସବର୍ଣ୍ଣ । ମାତ୍ର ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ତାଙ୍କର ଇଚ୍ଛାଥିଲା ନିଜ ଆରାଧ୍ୟ ପ୍ରଭୁଙ୍କୁ କିଛି ଅର୍ପଣ କରିବେ । ହେଲେ ସେ ଏତେ ଦରିଦ୍ର ଥିଲେ ଯେ ଦେବା ପାଇଁ ପାଖରେ କିଛି ନଥିଲା । ଯୋଗାଡ କରି ଗାଁ ଲୋକଙ୍କ ହାତରେ ମହାପ୍ରଭୁଙ୍କ ପାଇଁ ପଠାଇଲେ ନଡିଆ । ଏ କଥା ଶୁଣି ଗାଁ ଲୋକ ହସି ଉଡାଇଦେଲେ ।
ବହୁ କାକୁତି ମିନତି ପରେ ଦାସିଆର ନଡିଆ ନେବାକୁ ରାଜି ହେଲେ ସେମାନେ । ମାତ୍ର ଅରୁଣ ସ୍ତମ୍ଭ ନିକଟରେ ନଡିଆ ଅର୍ପଣ କରିଦେବେ ବୋଲି କହିଲେ । ସେତିକିରେ ବି ଖୁସି ହୋଇଗଲେ ଦାସିଆ । ଦାସିଆର ନଡିଆକୁ ଆଣିଲେ ସିନା, ମାତ୍ର ଏହାକୁ ହେୟ ଜ୍ଞାନ କରୁଥିଲେ ଗାଁ ଲୋକ ।
କୌତୁହଳରେ ଅରୁଣ ସ୍ତମ୍ଭ ନିକଟରେ କହିଲେ - ପ୍ରଭୁ ! ଏ ନଡିଆ ପଠାଇଛି ଦାସିଆ ବାଉରୀ । ତା’ ପରେ ଯାହା ଘଟିଲା ସମସ୍ତେ ଚକିତ ହୋଇ ରହିଗଲେ । ହଠାତ ଶୂନ୍ୟରୁ ବାହାରି ଆସିଲା ଦୁଇଟି ଲମ୍ବା କାଳିଆ ହାତ । ଦାସିଆଙ୍କ ନଡିଆ ଗ୍ରହଣ କରିବା ପରେ ଅନ୍ତର୍ଦ୍ଧାନ ହୋଇଗଲା । ଆଉ କାଳ କାଳକୁ ରହିଗଲା ଦାସିଆ ବାଉରୀର ଗାଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/PHOTO-01023303.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-24-21h57m03s013.png)