ଥରୁଛି ଓଡ଼ିଶାର କାଶ୍ମୀର : ଦାରିଙ୍ଗବାଡ଼ିର ତାପମାତ୍ରା ୯ ଡିଗ୍ରିକୁ ଖସିଲା

310

କନକ ବ୍ୟୁରୋ : କିଛିଦିନ ହେଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା କ୍ରମଶଃ ହ୍ରାସ ପାଉଛି । ଗତକାଲି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲସିୟସ୍‌କୁ ଖସିଛି । ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ନାଚଗୀତରେ କମ୍ପୁଥିବା ବେଳେ ଭୋଜିଭାତ ଆସର ଜମୁଛି । ସକାଳୁ ହିଲଭିୟୁ ପାର୍କର ୱାଚ୍‌ ଟାୱାର ଓ ସାଇଲେଣ୍ଟ୍‌ ଭ୍ୟାଲି ଉପରେ ଠିଆ ହୋଇ ସୂର୍ଯ୍ୟ ଉଦୟ ଏବଂ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଦେଖିବାକୁ ପ୍ରବଳ ଭିଡ଼ ହେଉଛି ।

ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି ତଳକୁ ଖସିଥିବା କୁହାଯାଉଛି । ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବାହାରେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିବାବେଳେ ଏହାକୁ ପର୍ଯ୍ୟଟକ ହାତଛଡ଼ା କାରିନାହାନ୍ତି । ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି ।