୫୨ ବର୍ଷରେ ପାଦ ଥାପିଲେ ଦଙ୍ଗଲ ଅଭିନେତା ଆମିର ଖାନ ! ଦେଶ ବିଦେଶରୁ ଛୁଟୁଛି ଫ୍ୟାନଙ୍କ ଜନ୍ମଦିନର ଅଭିନନ୍ଦନ

61

୫୨ ବର୍ଷରେ ପାଦ ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ ।  ବଡ ପରଦା କୁହନ୍ତୁ ଅବା ଛୋଟ ପରଦା ସବୁଠି ସେ ତାଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ପଦ୍ମଭୂଷଣ ପର୍ଯ୍ୟନ୍ତ ଅନେକ ଆୱାର୍ଡ ସେ ନିଜ ନାଁରେ କରିଛନ୍ତି । ୧୪ ମାର୍ଚ୍ଚ ୧୯୬୫ ମସିହା ମୁମ୍ବାଇ ଠାରେ ଜନ୍ମ ନେଇଥିଲେ ମହମ୍ମଦ ଆମିର ହୁସେନ୍ ଖାନ୍ । ଯିଏ ଆଜି ଆମିର ନାଁରେ ବେଶ ପରିଚିତ ।

୧୯୮୮ ମସିହାରେ ସେ ନାୟକ ଭାବେ ଡେବ୍ୟୁ କରିଥିଲେ ସିନେମା “କୟାମତ୍ ସେ କୟାମତକ୍”ରେ । ଏହି ସିନେମା ପାଇଁ ଆମିର ହାତେଇଥିଲେ ବେଷ୍ଟ ମେଲ ଡେବ୍ୟୁ ଆୱାର୍ଡ ସହ ନ୍ୟାସନାଲ ଫିଲ୍ମ ସ୍ପେଶାଲ୍ ଜୁରୀ ଆୱାର୍ଡ । ଏହାପରେ ଆମିର ର୍ଦଶକଙ୍କୁ ଦେଇ ଚାଲିଲେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ।

ଯେଉଁ ତାଲଇକାରେ ସାମିଲ ଅଛି, “ଥ୍ରୀ ଇଡିଏଟସ’ ଏବଂ “ପି.କେ’, “ଦଙ୍ଗଲ’ ଭଳି ସୁପର ଡୁପର ହିଟ୍ ସନେମା । ନିକଟରେ ରିଲିଜ ହୋଇଥିବା ସିନେମା “ଦଙ୍ଗଲ’ ବକ୍ସଅଫିସର ସୁପରହିଟ ହୋଇ ପାଖାପାଖି ୪୦୦ କୋଟି ଟଙ୍କାର ଆୟ କରିଥିଲା । ଆଜି ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ଦେଶ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।