ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଦାମଙ୍କ ବୟାନ : କହିଲେ, ବିଜୟ ପରାଜୟ ଭିନ୍ନ କଥା, ଫଳାଫଳ ଯାହାବି ହେଉ ଲୋକଙ୍କ ସେବା ଜାରି ରହିବ

717

କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ଗଣତି ପୂର୍ବରୁ କିଏ ଜିତିବ, କିଏ ହାରିବ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଭିନ୍ନ ଗଣମାଧ୍ୟମର ଏକଜିଟ୍ ପୋଲ୍ ଏହାକୁ ଆହୁରି ବଢ଼ାଇ ଦେଇଛି । ଏଭଳି ସମୟରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ନେତା ଦାମୋଦର ରାଉତ୍ । ସେ କହିଛନ୍ତି ନିର୍ବାଚନରେ ଜିତିବେ କି ହାରିବେ ତାହା ଜାଣି ନାହାଁନ୍ତି । ଜିତିବା, ହାରିବା ଉପରେ ସେ ଗୁରୁତ୍ୱ ଦେଉ ନାହାଁନ୍ତି ବୋଲି କହିଛନ୍ତି । କିନ୍ତୁ ଲୋକଙ୍କ ହିତ ପାଇଁ ତଥା ଲୋକଙ୍କ ସେବା ପୂର୍ବ ଭଳି କାମ ଜାରି ରଖିବେ । ଏହାସହ ପୁଣି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ଦାମ ରାଉତ । ବିଜେପି ସମଦୁରତ୍ୱ କଥା କହୁଥିଲେ ହେଁ ସ୍ୱାର୍ଥ ଅନୁସାରେ ସବୁବେଳେ କାମ କରିଆସିଛି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ବିଜେଡିରୁ ବହିଷ୍କାର ହେବା ପରେ ବିଜେପିରେ ସାମିଲ ହୋଇଥିଲେ ଦାମ । ଚଳିତ ନିର୍ବାଚନରେ ସେ ବିଜେପି ଟିକେଟରୁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ କ୍ଷେତ୍ରରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଦାମଙ୍କୁ ଟକ୍କର ଦେଉଛନ୍ତି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ରଘୁନନ୍ଦନ ଦାସ । ରଘୁନନ୍ଦନ ୨୦୧୪ରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ଲଢ଼ି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଦାମ ଗତ ନିର୍ବାଚନରେ ପାରାଦ୍ୱୀପରୁ ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ । ଏବଂ ୨୦୦୯ ପୂର୍ବରୁ ଦାମ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଥିଲେ ।