ନିର୍ବାଚନ ସରିଲା, ବିଜେପି ଓ ଦାମଙ୍କ ମଧ୍ୟରେ ଦୂରତା ବଢ଼ିଲା : ଦଳୀୟ ଅବହେଳାକୁ ହୃଦବୋଧ କରୁଛନ୍ତି ବରିଷ୍ଠ ନେତା

661

କନକ ବ୍ୟୁରୋ : ନିର୍ବାଚନ ସରିଲା । ବିଜେପି ଓ ଦାମଙ୍କ ମଧ୍ୟରେ ଦୂରତା ବଢ଼ିଲା । ବିଜେପି ଉପରେ ଅସନ୍ତୁଷ ଦାମ ରାଉତ୍ । ନିର୍ବାଚନର ଅନେକ ଦିନ ପରେ ବିଜେପି ବିରୋଧରେ ମୁହଁ ଖୋଲିଛି ବରିଷ୍ଠ ନେତା ଦାମୋଦର ରାଉତ । ମୁହଁର ଭାବରୁ ଜଣାପଡ଼ୁଛି ବିଜେପି ପାଇଁ ଏବେ ଅଲୋଡ଼ା ହୋଇଯାଇଛନ୍ତି ଦାମ ରାଉତ୍ । ନିର୍ବାଚନ ସମୟରେ ତଥା ଦଳରେ ପ୍ରାର୍ଥୀ ସଙ୍କଟ ଥିବା ସମୟରେ ଖୋଜାପଡ଼ିଥିଲେ ଦାମ । ଜଣେ ପୁରୁଖା ନେତାଙ୍କ ଆବଶ୍ୟକତା ଅନୁଭବ କରି ଦଳରେ ମିଶାଇଥିଲା ବିଜେପି । ହେଲେ ଏବେର ଚିତ୍ର ପୁରା ଭିନ୍ନ । ଏବେ ବିଜେପି ପାଇଁ ଆଲୋଡ଼ା ହୋଇଯାଇଛନ୍ତି ଦାମ ରାଉତ୍ । ଦଳର ଏପରି ବ୍ୟବହାରରେ ମର୍ମାହତ ଦାମ ରାଉଥ । ବରିଷ୍ଠ ନେତା ଦାମଙ୍କ ପାଇଁ ଏବେର ରାଜନୀତି ଯେପରି ଅବୁଝା ଅଙ୍କ ହୋଇଯାଇଛି । ମିଳିତ ଭାବେ କାମ କରିବା ପାଇଁ ତଥା ଦୁର୍ନୀତି ଓ ଭ୍ରଷ୍ଠାଚାର ବିରୋଧରେ ଲଢ଼େଇ କରିବା କହି ଏବେ ଆଡ଼େଇ ଚାଲିଯାଉଛି । ଭାରତୀୟ ଜନତା ପାର୍ଟିରେ ତାଙ୍କ ପ୍ରତି ଆଉ କୌଣସି ଆଗ୍ରହ ଥିବା ପରି ମନେ ହଉନାହିଁ ।

ରାଜନୀତିର ଅର୍ଥ ଆଉ ଏବେ ବୁଝାପଡ଼ୁନି । ଅଡ଼ୁଆ ସୂତାରେ ବାନ୍ଧି ହୋଇଯାଇଛି ରାଜନୀତି । ରାଜନୀତିରେ ନାମରେ ବେପାର ଚାଲିଛି । ସମ୍ପତ୍ତି ପାଇଁ ବାହୁବହ ପାଇଁ ରାଜନୀତି ଚାଲୁଛି । କଥା ଛଳରେ ଢ଼ଗଢ଼ମାଳି ସାହାଯ୍ୟରେ ବର୍ତ୍ତମାନର ରାଜନୀତିକୁ ଆକ୍ଷେପ କରିଛନ୍ତି ଦାମ ରାଉତ । ଯାହାର ନାହିଁ ଅନ୍ୟଗତି ସିଏ କରିବ ରାଜନୀତି, ହୋମିଓପାଥି ନହେଲେ ଓକିଲାତି । ସମ୍ପ୍ରତି ରାଜନୀତିରେ ଆମ ପରି ଲୋକଙ୍କ ସ୍ଥାନନାହିଁ । ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ବିଜେଡି ଛାଡିଥିଲେ ଓ ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ଆପଣାଇନେଇଥିଲା । ହେଲେ ଏବେ ବିଜେପି-ବିଜେଡି ଭିତରେ ବୁଝାମଣା ହୋଇଥିବା ଲୋକେ କହୁଛନ୍ତି ବୋଲି ଦାମ ସୂଚନା ଦେଇଛନ୍ତି । ତେବେ ନୀତି ଆଦର୍ଶ ନଥିବା ଦଳରେ ରାଜନୀତି କରିବାର ମାନେ କିଛି ନାହିଁ ବୋଲି ଦାମ ଏକ ପ୍ରକାର ବିଷୋଦଗାର କରିଛନ୍ତି ।

ଅନ୍ୟପଟେ ଦାମ ଖେଳିଛନ୍ତି ବିଜୁ କାର୍ଡ । ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଆସିଥିଲେ । ତାଙ୍କରି ନାଁରେ ତିଆରି ହୋଇଥିବା ବିଜୁ ଜନତା ଦଳକୁ ଆପଣାଇ ନେଇଥିଲେ । ହେଳେ ବିଜେଡିରେ ଆଉ ବିଜୁଙ୍କ ନୀତି ଆଦର୍ଶ ନଥିବା ଅଭିଯୋଗ କରିଛନ୍ତି ଦାମ । ଦାମ ରାଉତ ବିଜେଡ଼ି ଛାଡ଼ିଛନ୍ତି ସିନା ହେଲେ ମନରେ କେଉଁଠି ନା କେଉଁଠି ଗୋଟିଏ କ୍ଷୋଭ ରହିଯାଇଛି । ଦଳ ଛାଡ଼ି ବିଜେପିରେ ମିଶିବା ପରେ ଅଶ୍ୱସ୍ତିବୋଧ କରୁଛନ୍ତି । ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ ହୋଇଛି ସିନା ତାଙ୍କର ଦୃଷ୍ଟିଭଙ୍ଗୀ ରାଜ୍ୟ ପ୍ରତି ତାଙ୍କ ଆବେଗର ବିନ୍ଦୁବିସର୍ଗ ଦେଖିବାକୁ ମିଳୁନାହିଁ । ବିଜୁ ପଟ୍ଟନାୟକ ଜଣେ ପ୍ରଜ୍ଞାପୁରୁଷ । ଯେଉଁମାନେ ବିଜୁ ବାବୁଙ୍କ ସଭାକୁ ଟେକା ଫିଙ୍ଗୁଥିଲେ, କଳାପତାକା ଦେଖାଉଥିଲେ, ସେମାନେ ଏବେ ବିଜେଡିର ମାର୍ଗଦର୍ଶକ ସାଜିଛନ୍ତି ।

ତେବେ ବିଜେପି ଛାଡ଼ି ବିଜେପିରେ ମିଶିବା ପରେ ଦାମଙ୍କ କ୍ରୋଧ କମିନି । ନବୀନ ସରକାର ବିରୋଧରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ଦାମ କହିଛନ୍ତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ମୋତେ ବିଜେଡ଼ିରୁ ବହିଷ୍କାର କରାଯାଇଥିଲା । ମୋ ବିରୋଧରେ ଦୁର୍ନୀତି କିମ୍ବା ଅପାରଗତାର ଅଭିଯୋଗ ନଥାଇ ମଧ୍ୟ ଦଳରୁ ବହିଷ୍କୃତ ହୋଇଥିଲେ ବୋଲି କହିଛନ୍ତି । ଏବେ ନିର୍ବାଚନ ମଣ୍ଡଳୀ ମାଡ଼ିନଥିବା ନେତା ବିଧାୟକ ନିର୍ବାଚିତ ହେଉଛନ୍ତି । ପୁରୁଖା ନେତାମାନେ ହାରୁଛନ୍ତି, ଆଉ ବିଜେଡ଼ିର ନବାଗତ ଜିତୁଛନ୍ତି । ରାଜନୀତି ନୁହେଁ ଖେଳ ଚାଲିଛି । ରାଜନୀତିର କୌଣସି ମାନେ ନାହିଁ ।

ଉଭୟ ବିଜେଡ଼ି ଓ ବିଜେପି ଉପରେ ଦାମଙ୍କ କ୍ରୋଧ ସ୍ପଷ୍ଟ ଜଣାପଡ଼ୁଛି । ଏବେର ଆଦର୍ଶବିହୀନ ରାଜନୀତିରେ ପୁରୁଖା ନେତାଙ୍କ ସ୍ଥାନ ନାହିଁ । ରାଜନୀତିର ମାନ ଲୋକଙ୍କ ସେବାରେ କାମ କରିବା । ନୀତିହୀନ ରାଜନୀତିରେ ନେତାଙ୍କ ମଧ୍ୟରେ ଆଦର୍ଶବୋଧ, ସଚ୍ଚୋତନା ଦେଖିବାକୁ ମିଳୁନି । ଦଳୀୟ ମୁଖାପିନ୍ଧି ରାଜ୍ୟରେ ଚାଲିଛି । ରାଜ୍ୟରେ ସମ୍ପ୍ରତି ରାଜନୀତିର ଚିତ୍ର ଭିନ୍ନ । ଏପରି ସମୟରେ ନିର୍ବାଚନ ଲଢ଼ିବାର କୌଣସି ମାନେ ନାହିଁ ବୋଲି କହିଛନ୍ତି ଦାମ ।